ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ 

 ଘୁ.ଉଦୟଗିର : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟାକ୍ରମରେ ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଯୁବନେତା ଗଗନ ପ୍ରଧାନ ମୁଖ୍ୟଅତିଥି, ମୁଖ୍ୟବକ୍ତା କଂଗ୍ରେସ ନେତା ରମାକାନ୍ତ ମହାପାତ୍ର ଓ ଅତିଥି ଭାବେ ଯୁବ ନେତା ରାଜେଶ ସାହୁ ଯୋଗଦେଇ ଥିଲେ । ହଷ୍ଟେଲ ସୁପାରିଟେଡେଣ୍ଟ ହନକ ସୁନା ଅତିଥିଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ । ମୁଖ୍ୟବକ୍ତା ରମାକାନ୍ତ ମହାପାତ୍ର ଉତ୍ତମ ଶିକ୍ଷାର ମୂଲ୍ୟବଦ୍ଧ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ବକ୍ତବ୍ୟ ରଖି ଥିଲେ । ଯୁବନେତା ଗଗନ କୁମାର ପ୍ରଧାନ ନିଜ ବକ୍ତବ୍ୟରେ କହି ଥିଲେକି ଛାତ୍ରଛାତ୍ରୀ ଏହି ଦେଶର ଭବିଷ୍ୟତ ଓ ବିକଶିତ ସମାଜର ଉତ୍ତମ ଚାଳକ କ୍ଷ ଯଦି ଛାତ୍ରଛାତ୍ରୀ ବିକଶିତ ସମାଜ ଓ ଦେଶ ଗଠନ କରିବାକୁ ଚାହୁଁ ଛନ୍ତି ତାହାହେଲେ ଶିକ୍ଷିତ ହେବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ କ୍ଷ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟ କ୍ରମରେ ବରିଷ୍ଠ କଂଗ୍ରସ ନେତା ରମାକାନ୍ତ ମହାପାତ୍ର ପ୍ରଥମେ ବ୍ୟାଗ ବଣ୍ଟନ କରିଥିଲେ । ତାପରେ ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ ପ୍ରଧାନ ବ୍ୟାଗ ବଣ୍ଟନ କରିଥିଲେ । ଶେଷରେ ଯୁବ ନେତା ରାଜେଶ ସାହୁ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବ୍ୟାଗ ବଣ୍ଟନ କରିଥିଲେ । ଏହି ହଷ୍ଟେଲ ୨୦୦୮ ମସିହାରୁ କନ୍ଧମାଳ ଜିଲ୍ଲାର ଗରିବ, ଦଳିତ ଆଦିବାସୀ ଅନାଥ ଶ୍ରେଣୀର ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇ ଉତ୍ତମ ଶିକ୍ଷା ପ୍ରଦାନ କରିଆସୁଛି ।