ସୁନାଚେନ ଲୁଟ ମାମଲା ୪ ଗିରଫ ଲୁଟ : ଅଳଙ୍କାର ଫେରେଇଲା ପୁଲିସ
ବ୍ରହ୍ମପୁର: ନୀଳକଣ୍ଠ ନଗର ହାଉସିଂ ବୋର୍ଡର ୬୪ ବର୍ଷିୟା କେ. ରଜନୀ ଗତ ମାର୍ଚ୍ଚ ୨୨ ତାରିଖ ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ସମୟରେ ପ୍ରେମ ନଗର ଶିବଶକ୍ତି ହଲ ସମ୍ମୁଖରେ ଦୁଇଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ବେକରୁ ଦୁଇଟି ସୁନା ଚେନକୁ ଝାମ୍ପି ନେଇ ଯାଇଥିଲେ । ଫଳରେ ସେ ତଳେ ପଡି ଯାଇଥିଲେ । ଏନେଇ ବଡ଼ବଜାର ଥାନାରେ ଅଭିଯୋଗ ହେବାପରେ ପୁଲିସ ନିକଟସ୍ଥ ସିସିଟିଭି କୁ ଯାଞ୍ଚ କରି ପାତ୍ରପେଟା ସାହିର ଶେଖ ବାବୁ ଏବଂ ଶେଖ ଜହିଦକୁ ଗିରଫ କରିଥିଲା । ଆଜି ପୁଲିସ ଉକ୍ତ ମାମଲାରେ ଉଦ୍ଧାର କରିଥିବା ସୁନା ଅଳଙ୍କାରକୁ ଏସ. ରାଜନୀଙ୍କୁ ଫେରାଇଛି । ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ ତତ୍ୱବୋଧନାରେ ପୁଲିସ ଏହିସବୁ ସୁନାଗହଣା ଫେରାଇଛି ।