ବ୍ରାଉନ୍ ସୁଗାର ଜବତ, ଯୁବକ ଗିରଫ
ବାଲିଅନ୍ତା : ବାଲିପାଟଣା ଥାନା ଅଧିନ ଆଲୋଇ ଗ୍ରାମରେ ଅଭିଯୁକ୍ତ ପିଣ୍ଟୁ ପ୍ରଧାନ(୨୪ )ବ୍ରାଉନ୍ ସୁଗର ଧରି ନିଜ ଗାଁ ପାଖରେ ବୁଲୁଥିବା ବେଳେ, ଏକ ବିଶେଷ ସୂତ୍ରରୁ ଖବର ପାଇ ବାଲିଅନ୍ତା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ପିଣ୍ଟୁକୁ ଗିରଫ କରିଥିଲେ । ତାପାଖରୁ ୨୪ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଏହି ସ୍ୱତନ୍ତ୍ର ଟିମ୍ରେ ଅବକାରୀ ବିଭାଗର ଅଧ୍ୟକ୍ଷ ଦେବାଶିଷ ପଟେଲ, ଓଆଇସି ପ୍ରଫୁଲ୍ଲ ଗୁରୁ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।