ଶାନ୍ତିସ୍ତୁପରୁ ପର୍ଯ୍ୟଟକ ନିଖୋଜ

 ବାଲିଅନ୍ତା : ଶାନ୍ତିସ୍ତୁପ ଧଉଳିରୁ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକ ଆଜି ନିଖୋଜ ଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି  । ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି  । ନିଖୋଜ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ସ୍ୱର୍ଗତଃ ଅନିଲ କୁମାର ରୟଙ୍କ ପୁଅ ଜୟ କୁମାର ରୟ (୫୪)  । ଖବରନେବାରେ ଜଣାପଡିଛି ପଶ୍ଚିମବଙ୍ଗ ଅଞ୍ଚଳରୁ ମା' ଟ୍ରାଭେଲସ ନାମକ ଏକ ବସରେ ୫୫ ଜଣ ପର୍ଯ୍ୟଟକ ଆସିଥିଲେ  । ସେମାନେ ଗତକାଲି ଠାରୁ ଆସିଥିବା ବେଳେ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚି ନିତ୍ୟକର୍ମ ସାରି ପ୍ରଥମେ ନନ୍ଦନକାନନ ବୁଲିବାକୁ ଯାଇଥିଲେ  । ପରେ ଶାନ୍ତିସ୍ତୁପ ଧଉଳି ବୁଲିବାକୁ ଆସିଥିଲେ  । ସେଠାରେ ବୁଲାବୁଲି ସାରିବା ପରେ ମଧ୍ୟାହ୍ନ ଭୋଜନ ଖାଇସାରି ପୂରୀ ଅଭିମୁଖେ ଯାତ୍ରା କରିବା ନିମନ୍ତେ ବାହାରିବା ବେଳକୁ ଜୟ କୁମାରଙ୍କୁ ପାଇନଥିଲେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନଥିଲା ଏନେଇ ତାଙ୍କର ସହଯୋଗୀ ଧଉଳି ଥାନାରେ ଅଭିଯୋଗ କରିଛନ୍ତି  ।