ଟ୍ରେଡିଂ ନାଁରେ ଟଙ୍କା ଲୁଟ, ଅଭିଯୁକ୍ତ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଟ୍ରେଡିଙ୍ଗ ନାମରେ ୮୦ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଆସାମରୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦେବଜିତ ତ୍ରିପାଠି (୪୩) । ସୂଚନା ଅନୁଯାୟୀ ବରଗଡ ଜିଲ୍ଲାର ଦେବଜିତ ୨୦୧୭ ମସିହାରେ ମାଲକାନଗିରିରେ ଆସି ରହୁଥିବା ବେଳେ ସେବିଭିନ୍ନ ଲୋକଙ୍କୁ ଟ୍ରେଡିଙ୍ଗ ବିଷୟରେ କହିବା ସହ ଏଥିରେ ଟଙ୍କା ଲଗାଇଲେ ବହୁତ ଲାଭ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । ତାଙ୍କର ଏହି ଜାଲରେ କେ.ଜିତେନ୍ଦ୍ର ପାତ୍ର ଫସିଯାଇଥିଲେ । ଅଭିଯୁକ୍ତ ଦେବଜିତ ଜିତୁଙ୍କୁ ଟ୍ରେଡିଙ୍ଗରେ ଅର୍ଥ ନିବେଶ କରିବାକୁ କହିଥିଲେ ଏବଂ ତିନି ମାସ ଯାଏଁ ନିବେଶ କଲେ ତାଙ୍କୁ ୨୦ ପ୍ରତିଶତ ଅତିରିକ୍ତ ଅର୍ଥ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏଥିରେ ଜିତୁ କିଛି ଅର୍ଥ ନିବେଶ କରିବା ପରେ ତାହା ରିଟଣ୍ଣ ପାଇଥିଲେ । ଯାହାପଳରେ ଜିତୁର ବିଶ୍ୱାସ ବଢିଥିଲା । ପରେସେ ଜିତୁଠାରୁ ବିଭିନ୍ନ ଆଳଦେଖାଇ ବିଭିନ୍ନ ପର୍ଯ୍ୟାୟରେ ୮୦ ଲକ୍ଷ ଟଙ୍କା ନେଇ ଶେଷରେ ସେଠାରୁ ପଳାଇ ଯାଇଥିଲେ । ଏନେଇ ଜିତୁ ଜାଣିବା ପରେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଦେବଜିତକୁ ଗିରଫ ପାଇଁ ମାଲକାନଗିରି ପୁଲିସ ଖୋଜିବା ସମୟରେ ଆସାମରେ ଥିବା ଜାଣିବାକୁ ପାଇ ଏକ ପୁଲିସ ଟିମ ସେଠାରୁ ତାଙ୍କୁ ଗିରଫ କରି ମାଲକାନଗିରି ଆଣି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି ।