ସାଇବର ଠକେଇ ରାଜସ୍ଥାନରୁ ତିନି ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଜନୈକ ବ୍ୟକ୍ତିଙ୍କୁ ଫୋନ୍ କଲ ମାଧ୍ୟମରେ ଧମକପୂର୍ଣ ବାର୍ତ୍ତା ଦେବା ସହ ତାଙ୍କ ଠାରୁ ଲକ୍ଷାଧୀକ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ମାଲକାନଗିରି ପୁଲିସ ରାଜସ୍ଥାନରୁ ତିନିଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହି ସ୍ଥିତ ଅଶୋକ କୁମାର ତ୍ରିପାଠି ନାମକ ବ୍ୟକ୍ତିଙ୍କୁ ଗତ ବର୍ଷ ଅକ୍ଟୋବର ୨୪ରେ ଏକ ଅଜଣା ନମ୍ବରରୁ ଫୋନ୍ କଲ ଆସିଥିଲା ଏହି ଫୋନ୍ରେ ଆସାମୀ ଜଣକ ହିନ୍ଦିରେ କଥାବାର୍ତା ହେବା ସହ ସେ ମୁମ୍ବାଇ ପୋଲିସର ସହାୟତା ନେବାକୁ କହିଥିଲା ପରେ ଅନ୍ୟ ଏକ ନମ୍ବରରେ ଫୋନ୍ ଆସିବା ସହ ଆସାମୀ ଜଣକ କହିଥିଲେ ଯେ, ତମ ନାଁରେ ଜନୈକ ମୋବାଇଲ ନମ୍ବର ଆଧାରରେ ମୁମ୍ବାଇରେ ୧୭ଟି କେଶ୍ ହୋଇଛି ବୋଲି କହିଥିଲେ । ଅଭିଯୋଗ କାରୀ ଏ ସମ୍ବନ୍ଧରେ ସେ କିଛି ଜାଣି ନଥିବା କହିଥିଲେ । ପର ଦିନ ପୁନଃଶ୍ଚ ଆଉ ଏକ ଫୋନ ନମ୍ବରରୁ କଲ୍ ଆସିବା ସହ ମୋତେ ପୋଲିସ୍ ଆଇଡି କାର୍ଡ, ତଦନ୍ତ ରିପୋର୍ଟ, ଏଟିଏମ୍ କପି, କାନାରା ବ୍ୟାଙ୍କ ଏକାଉଣ୍ଟ ଷ୍ଟେଟ ମେଣ୍ଟର ନକଲ ପଠାଇ ଏହି ସବୁ ତାଙ୍କ ନାମରେ ମାମଲାର ପ୍ରମାଣ ବୋଲି ଦର୍ଶାଇଥିଲେ । ଏଥିସହ ସୁପ୍ରିମ କୋର୍ଟର ଏକ କାଗଜ ମଧ୍ୟ ଦେଖାଇବା ସହ ଏ ସମ୍ବନ୍ଧରେ କାହାକୁ କିଛି ନ କହିବା ପାଇଁ କହିଥିଲେ । ଫଳରେ ତ୍ରିପାଠି ଭୟଭିତ ହୋଇ ୨ ଲକ୍ଷ ଟଙ୍କା ଉକ୍ତ ଆସାମୀର ଏକାଉଣ୍ଟକୁ ପଠାଇଥିଲେ ।
ଏହାର ଚାରିଦିନ ପରେ ରିଜର୍ଭ ବୟାଙ୍କ ଅଫ ଇଣ୍ଡିଆର ଏକ ପେପର ଓ ଏକାଉଣ୍ଟ ତଥ୍ୟ ପଠାଇ ଘଟଣାର ତଦନ୍ତ ଓ ଭେରିଫିକେସନ ନିମନ୍ତେ ଟଙ୍କା ପଠାଇବାକୁ ବାଧ୍ୟ କରିଥିଲୋ ଫଳରେ ତ୍ରିପାଠି ପୁନଶ୍ଚ ଋଣ କରଜ କରି ୪ ଲକ୍ଷ ୫୦ ହଜାର ଟଙ୍କା ପଠାଇଥିଲେ । ଏନେଇ ତ୍ରିପାଠି ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗ ଆଧାରରେ ମାଲକାନଗିରି ପୁଲିସ କେଶ୍ ନଂ. ୯୯ ଅନୁଯାୟୀ ମାମଲା ଦାୟର କରି ଏହାର ତଦନ୍ତ କରି ରାଜସ୍ଥାନରୁ ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ତିନିଜଣ ହେଲେ ରାଜସ୍ଥାନ ରାଜ୍ୟ ଜେଇସେଲମେର ଜିଲ୍ଲା ବାହୁକିରାଣି ଗ୍ରାମର ମୁକେଶ କୁମାର, ମାଙ୍କି ଗ୍ରାମର ସୁରେନ୍ଦ୍ର ଓ ଗାଉଡା ଗ୍ରାମର ନରେଶା ଏହି ତିନିଜଣଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ପୋଲିସ ସୂଚନା ଦେଇଛି ।