ଜଳଛାୟା ପ୍ରକଳ୍ପ ଅର୍ଥ ହଡ଼ପ, ୧ ଗିରଫ
ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଠାରେ ଥିବ ୟୁନିୟନ ବ୍ୟାଙ୍କ ଶାଖାରେ ଜଳଛାୟା ପ୍ରକଳ୍ପର ସରକାରୀ ଅର୍ଥ ଜମା ଖାତାରୁ ପ୍ରାୟ ୨୩ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଉମରକୋଟ ପୁଲିସ ବିଜୟ କୁମାର ପରିଡା ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ୟୁନିୟନ ବ୍ୟାଙ୍କ ଶାଖାର ଡେପୁଟି ମ୍ୟାନେଜର ଶିବ ସଙ୍କର ମିଶ୍ର ଉମରକୋଟ ଥାନାରେ ଦେଇଥିବା ଏତଲା ଅନୁସାରେ ଗତ ୦୩/୦୬/୨୫ ତାରିଖ ରେ ଝରିଗାଁ ଜଳଛାୟା ପକଳ୍ପର କିଛି ଅଧିକାରୀ ବ୍ୟାଙ୍କରେ ଥିବା ତାଙ୍କ ବିଭାଗର ଆକାଉଣ୍ଟ ଉପରେ ତନଖି କରିଥିଲେ । ତନଖି ପରେ ଜଣା ପଡ଼ିଥିଲା ଯେ ଗତ ଫେବୃଆରି ମାସରୁ ଚଳିତ ମାସ ସୁଦ୍ଧା ଜଳଛାୟା ଅଧିକାରୀଙ୍କ ବିନା ଅନୁମତି ନ ଥାଇ ଜଣେ ବ୍ୟକ୍ତି ମୋଟ ୨୨ ଲକ୍ଷ ୫୭ ହଜାର ଟଙ୍କା ଉଠେଇ ନିଆଯାଇଛି । ଜଳଛାୟା ବିଭାଗ ଅଧିକାରୀମାନେ ବ୍ୟାଙ୍କରେ ଅଭିଯୋଗ ପରେ ବ୍ୟାଙ୍କ ଅଧିକାରୀମାନେ ବିଜୟ କୁମାର ପରିଡ଼ା ଓରଫ ଶ୍ରୀଧର ବେହେରା ଯିଏ କି ନିଜକୁ ଜେଇ ତଥା ପିଆଇଏ କହି ଟଙ୍କା ଉଠେଉ ଥିଲା; ତାକୁ ବ୍ୟାଙ୍କକୁ ଡାକି କାଗଜ ପତ୍ର ଦାଖଲ କରିବା ପାଇଁ କହିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି କୌଣସି କାଗଜ ପତ୍ର ଦାଖଲ କରି ପାରିନଥିଲା । ବିଜୟ କୁମାର ପରିଡ଼ା ଝରିଗାଁ ଥାନାର ଗୁରୁସିଙ୍ଗା ଓ ଆଉ କିଛି ଗ୍ରାମର ଜଳଛାୟା ପ୍ରକଳ୍ପର ସଭାପତି ଓ ସଂପାଦକଙ୍କୁ ଧରି ଏହି ଅର୍ଥ ଉଠେଇ ଥିବା ପରେ ଜଣାପଡ଼ିଛି । ଏହା ପରେ ବ୍ୟାଙ୍କ୍ ଅଧିକାରୀ ଶିବଶଙ୍କର ମିଶ୍ର ଉମରକୋଟ ଥାନାକୁ ଯାଇ ଏତଲା ଦେବା ପରେ ଉମରକୋଟ ପୋଲିସ ବିଜୟ କୁମାର ପରିଡ଼ାକୁ ଥାନା କୁ ଆଣି ପଚରା ଉଚରା କରାଯାଇଥିଲା । ବିଜୟ ଓ ୨ ଟି ଗ୍ରୁପ୍ର ସଭାପତି ଓ ସଂପାଦକଙ୍କ ନାମରେ ଅଭିଯୋଗ କରାଯାଇଛି । ତେବେ ଏହି ଘଟଣା ରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ଉମରକୋଟ ଥାନା ଆଇଆଇସି ରମାକାନ୍ତ ସାଏ ସୂଚନା ପ୍ରଦାନ କରିଛନ୍ତି ।