ଜାଲିଆତି କରି ଟଙ୍କା ଉଠାଣ, ୧ ଗିରଫ
ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଠାରେ ଥିବ ୟୁନିୟନ ବ୍ୟାଙ୍କ ଶାଖାରେ ଜଳଛାୟା ପ୍ରକଳ୍ପର ସରକାରୀ ଅର୍ଥ ଜମା ଖାତାରୁ ପ୍ରାୟ ୨୩ ଲକ୍ଷ୍ୟ ଟଙ୍କା ଉଠାଣ କରି ହଡ଼ପ କରିଥିବା ଅଭିଯୋଗରେ ଉମରକୋଟ ପୁଲିସ ବିଜୟ କୁମାର ପରିଡା ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ୟୁନିୟନ ବ୍ୟାଙ୍କ ଶାଖାର ଡେପୁଟି ମ୍ୟାନେଜର ଶିବ ସଙ୍କର ମିଶ୍ର ଉମରକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ଗତ ୩/୬/୨୫ରେ ଝରିଗାଁ ଜଳଛାୟା ପକଳ୍ପର କିଛି ଅଧିକାରୀ ବ୍ୟାଙ୍କରେ ଥିବା ତାଙ୍କ ବିଭାଗର ଆକାଉଣ୍ଟ ଉପରେ ତନଖି କରିଥିଲେ । ତନଖି ପରେ ଜଣା ପଡ଼ିଥିଲା ଯେ ଗତ ଫେବୃଆରି ମାସରୁ ଚଳିତ ମାସ ସୁଧା ଜଳଛାୟା ଅଧିକାରୀଙ୍କଙ୍କ ବିନା ଅନୁମତି ନଥାଇ ଜଣେ ବ୍ୟକ୍ତି ମୋଟ ୨୨ ଲକ୍ଷ ୫୭ ହଜାର ଟଙ୍କା ଉଠେଇ ନେଇଛି । ଜଳଛାୟା ବିଭାଗ ଅଧିକାରୀ ଅଭିଯୋଗ ପରେ ବ୍ୟାଙ୍କ ଅଧିକାରୀ ବିଜୟ କୁମାର ପରିଡ଼ା ଓରଫ ଶ୍ରିଧର ବେହେରା ଯିଏ କି ନିଜ କୁ ଜେଇ ତଥା ପିଆଇଏ କହି ଟଙ୍କା ଉଠେଉ ଥିଲା ତାକୁ ବ୍ୟାଙ୍କକୁ ଡାକି କାଗଜ ପତ୍ର ଦାଖଲ କରିବା ପାଇଁ କହିଥିଲେ କିନ୍ତୁ ଉକ୍ତ ବ୍ୟକ୍ତି କୌଣସି କାଗଜ ପତ୍ର ଦାଖଲ କରି ପାରିନଥିଲାା ବିଜୟ କୁମାର ପରିଡ଼ା ଝରିଗାଁ ଥାନାର ଗୁରୁସିଙ୍ଗା ଓ ଆଉ କିଛି ଗ୍ରାମ ର ଜଳଛାୟା ପ୍ରକଳ୍ପର ସଭାପତି ଓ ସଂପାଦକଙ୍କୁ ଧରି ଏହି ଅର୍ଥ ଉଠେଇ ଥିବା ଜଣାପଡ଼ିଛି । ଏହା ପରେ ବ୍ୟାଙ୍କ୍ ଅଧିକାରୀ ଶିବଶଙ୍କର ମିଶ୍ର ଉମରକୋଟ ଥାନାରେ ଏତଲା ଦେବା ପରେ ଉମରକୋଟ ପୁଲିସ ବିଜୟ କୁମାର ପରିଡ଼ାକୁ ପଚରା ଉଚରା କରିଥିଲା । ବିଜୟ ଓ ୨ ଟି ଗ୍ରୁପ୍ ର ସଭାପତି ଓ ସଂପାଦକ ଙ୍କ ନାମରେ ଅଭିଯୋଗ କରାଯାଇଛି । ବିଜୟ କୁମାର ପରିଡ଼ା ପୂର୍ବରୁ କଳାହାଣ୍ଡି ଜିଲାରେ ଜଳଛାୟା ପ୍ରକଳ୍ପ ବିଭାଗ ରେ କାମ କରୁଥିଲେ । ଟଙ୍କା କିପରି ଉଠେଇ ହେବ ସେ ଭଲ ଭାବରେ ଅବଗତ ଥିଲେ । ଏପରି କି ସେ ଉମରକୋଟ ଜଳଛାୟା ପ୍ରକଳ୍ପର ଉକôଳ ଗ୍ରାମ୍ୟ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରକାର ସେଠାରୁ ଟଙ୍କା ଉଠାଇ ପାରିନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ବ୍ୟାଙ୍କ ଅଧିକାରୀ ମାନେ ଉମରକୋଟ ଥାନାକୁ ନ ଜଣେଇ କେବଳ ତାଗିଦ କରି ଛାଡ଼ି ଦେଇଥିଲେ । ତେବେ ଏତେ ଟଙ୍କା ଉଠାଇଥିଲେ ମଧ୍ୟ ଅଧିକାରୀ ମାନେ କିପରି ଜାଣିପାରିନଥିଲେ ଓ ବ୍ୟାଙ୍କର କର୍ମଚାରୀ ବିନା ଯାଞ୍ଚରେ କିପରି ଏତେ ଟଙ୍କା ଦେଲେ ଏଥିରେ କିଏ କିଏ ସଂପୃକ୍ତ ତାହାକୁ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାଏ ସୂଚନା ଦେଇଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
