ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗିରଫ
ଜଟଣୀ: ସ୍ଥାନୀୟ ଖୁଦୁପୁର ଛକ ନିକଟସ୍ଥ ହୋଟେଲ୍ ଲ୍ୟାଣ୍ଡମାର୍କ ନିକଟରେ ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି କାରବାର ହେଉଥିବା ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଥାନାର ଏକ ସ୍ପେସିଆଲ ଟିମ୍ ସେଠାରେ ସଦଳବଳେ ଅତର୍କିତ ଚଢ଼ଉ କରିବା ସହ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଜରିପଡା ଗ୍ରାମର ରାଜେଶ ମହାପାତ୍ର (୩୦)ଓ ବିଭିନ୍ନ ସ୍ଥାନ ବଦଳାଇ ରହୁଥିବା ରଣପୁର ମୂଳ ବାସିନ୍ଦା ଓମ ପ୍ରକାଶ ରଥ (୨୩)ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନବିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୧୨ ଗ୍ରାମ ଓଜନର ବ୍ରାଉନସୁଗାର, ୧୦୦୦ ଟଙ୍କା ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଥିଲେ । ଏ ନେଇ ଜଟଣୀ ଥାନାରେ ୨୬୨/୨୫ ରେ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।