ଶ୍ରୀବଳଭଦ୍ରଙ୍କ ସ୍ୱନକ୍ଷତ୍ର ଓ ମେହେର ଜୟନ୍ତୀ ପାଳିତ
ଢେଙ୍କାନାଳ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସନ୍ଧ୍ୟାତାରା ସାହିତ୍ୟ ସଂସଦ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ମିଳିତ ସହଯୋଗରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ସ୍ୱନକ୍ଷତ୍ର, ରକ୍ଷାବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବାଳାଶ୍ରମ ଓ ଜରା ନିବାସର ଅନ୍ତେବାସୀଙ୍କ ଠାରେ ରାକ୍ଷୀ ବନ୍ଧା ଯାଇ ଭାବର ଆଦାନ ପ୍ରଦାନ କରାଯାଇଥିଲା । ତତ୍ପରେ ସନ୍ଧ୍ୟାତାରା ସାହିତ୍ୟ ସଂସଦର ସଭାପତି ଡଃ ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମିଶନର ସମ୍ପାଦକ ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ସନ୍ଧ୍ୟାତାରାର ସମ୍ପାଦକ ବିଭୁତି ଭୂଷଣ ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସନ୍ଧ୍ୟାତାରାର ଉପ ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରାକ୍ କଥନ ରଖିଥିଲେ । ବିଶିଷ୍ଟ ସାହିତି୍ୟକ ଓ ଗବେଷକ, ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତପନ କୁମାର ଶତପଥୀ ଉକôଳୀୟ ସଂସ୍କୃତି ରେ ବଳଭଦ୍ର ପୂଜା ଉପରେ ନିଜର ତଥ୍ୟଭିତ୍ତିକ ବକ୍ତବ୍ୟ ରଖିଥିବାବେଳେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜ ସଂସ୍କାରକ ଶରତ କୁମାର ପାଣିଗ୍ରାହୀ ଉକôଳୀୟ ସଂସ୍କୃତିରେ ରକ୍ଷାବନ୍ଧନ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ପରେ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟକୃତିକୁ ନେଇ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ଲକ୍ଷ୍ମଣ କୁମାର ସାହୁ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ମଝିରେ ମଝିରେ ସଂଗୀତ ଗୁରୁ ଗଣେଶ ମିଶ୍ର, ସଂଧ୍ୟାତାରା ର ବରିଷ୍ଠ ସଭ୍ୟା ଗୀତାଞ୍ଜଳି ସାହୁ ଓ ମମତା ବରାଳ ମେହେର ସଂଗୀତ ପରିବେଷଣ କରିଥିଲେ । ଶେଷରେ ସନ୍ଧ୍ୟାତାରାର ସହ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଶରତ ମିଶ୍ର ଭରଦ୍ୱାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ୍ୟୋତିରଞ୍ଜନ ମହାପାତ୍ର, ଅଭିମନୁ୍ୟ ସାହୁ, ନିରଦାନନ୍ଦ ନନ୍ଦ, ସଞ୍ଜୟ ବେହେରା, ପ୍ରେମାନନ୍ଦ ବେହେରା, ପ୍ରୀତିରଞ୍ଜନ ମିଶ୍ର, ଅଙ୍କିତା ପ୍ରିୟଦର୍ଶିନୀ ଦାଶ, ବନିତା ମହାପାତ୍ର, କଳ୍ପନା ବେହେରା ଓ ବବିତା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।