ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ
ବାଲିପାଟଣା: ସରିପୁର୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଗିରିଙ୍ଗେଶ୍ୱରି ମନ୍ଦିରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷକ ନେତା ଜମେଶ୍ୱର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବ୍ଲକ ଶିକ୍ଷାଧିକାରୀ ଡ. ପ୍ରଭାତ କୁମାର ରଥ, ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା, ପୂର୍ବତନ ବିଇଓ ନଳିନୀ ମହାନ୍ତି, ମଞ୍ଜୁଲତା ରାଉତ, ରମେଶ ଚନ୍ଦ୍ର ମହାରଣା, ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଯଶୋଦା ସାହୁ, ଶିକ୍ଷକ ନେତା ଆଲୋକ କୁମାର ସାହୁ, ଦୀନକୃଷ୍ଣ ସାହୁ, ପ୍ରଭାକର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଶ୍ରୀମତୀ ପଣ୍ଡାଙ୍କର ନିଷ୍ଠାପର ସେବା ଓ ରଚନାତ୍ମକ ଚିନ୍ତାଧାରାର ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସିଆରସିସି ମମୀତା ଦଳାଇ ଅତିଥି ପରିଚୟ ଦେଇଥିଲେ । ଜ୍ୟୋସ୍ନାରାଣୀ ଦାଶ, ସଞ୍ଜୁଲତା ରାଉତରାୟ, ସୁଷମା କୁମାରୀ ଦାସ, ରୋଜାଲିନ ସାହୁ, ଜୋତ୍ସ୍ନାରାଣୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।