ହ୍ୱାଟସପ୍ ଲିଙ୍କରୁ ଠକେଇର ଶିକାର

ଧର୍ମଶାଳା:  ଏହି ଥାନା ଅନ୍ତର୍ଗତ କାଏମା ଅଞ୍ଚଳର ଯୁବକ ନିଜ ହ୍ୱାଟସ୍ଅପ୍ରେ ଆସିଥିବା ଏକ ଲିଙ୍କ ଉପରେ କ୍ଲିକ୍ କରି ୨୫ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ କାଏମା ଅଂଚଳର ଯୁବ ବ୍ୟବସାୟୀ  ଧୀରେନ୍ଦ୍ର  ବ୍ୟବସାୟ ପାଇଁ କିଛି ଟଙ୍କା ଋଣ କରି ଜିଜ ଜମା ଖାତାରେ ଡିପୋଜିଟ କରିଛନ୍ତି । ହେଲେ ଆଜି ପୂର୍ବାହ୍ନ ପ୍ରାୟ୧୦ଟା ସମୟରେ ସ୍ଥାନୀୟ ବ୍ଲକର ମହିଳା ସହକାରୀ ଯନ୍ତ୍ରୀଙ୍କ ନମ୍ୱରରୁ ହ୍ୱାଟସ୍ ଆପ୍ରେ ଏକ ଲିଙ୍କ ଆସିଥିଲା । ଲିଙ୍କଟିକୁ ଖୋଲିବା ପରେ (ଆର୍ଟିଓଇ ଚାଲାଣ) ନାମକ ଏକ ପେଜ ଖୋଲି ଇନଷ୍ଟଲ୍ କରିବାକୁ ଲେଖାଯାଇଥିଲା । ଜଣେ ଅଧିକାରୀଙ୍କ ଫୋନରୁ ଏଭଳି ଏକ ଲିଙ୍କ ଆସିଥିବାରୁ ସେ ତାହାକୁ କ୍ଲିକ କରିଦେଇଥିଲେ । ଏହାର ୩୦ମିନଟ୍ ପରେ ତାଙ୍କ ବ୍ୟାଙ୍କ୍ ଖାତାରୁ ୨୫ ହଜାର ଟଙ୍କା କାଟିଯାଇଥିବା ନେଇ ମ୍ୟାସେଜ ଅସିଥିଲା । ସେ ତତକ୍ଷଣାତ ବ୍ୟାଙ୍କ୍ରେ ପହଁଚି ଜାଣିବାକୁ ପାଇଥିଲେ ତାଙ୍କ ଜମା ଖାତାରୁ ଟଙ୍କା କଟିଯାଇଛି । ଏନେଇ ଧୀରେନ୍ଦ୍ର  ଥାନାରେ ଲିଖିତ  ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ  କରିଛି । ଅନ୍ୟପଟେ ଏ ବିଷୟରେ ମହିଳା ସହକାରୀ ଯନ୍ତ୍ରୀ କହିଛନ୍ତି ତାଙ୍କର ଦୁଇଟି ନମ୍ୱର ଏବଂ ଯେଁଉ ନମ୍ୱରରୁ ଲିଙ୍କ ଯାଇଛି ସେ ନମ୍ୱରଟି ତାଙ୍କର ହ୍ୱାଟସ୍ ଆପ ନୁହେଁ ବୋଲି କହିବା ସହିତ ଏସମ୍ପର୍କରେ ସେ  ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।