ମଦ ଜବତ, ୨ ଗିରଫ
ନାଉଗାଁ : ନାଉଗାଁ ସାଧୁଗୋସ୍ୱାମୀ ନିକଟରୁ ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କଲା ନାଉଗାଁ ଥାନା ପୋଲି ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ର ସମୟରେ ନାଉଗାଁ ପୋଲିସର ଗୋଟେ ଟିମ ଏଏସ୍ଆଇ ସଜ୍ଜିତ ଖାନଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସମୟରେ ନାଉଗାଁ ଶିଖର ମୁଖ୍ୟ ରାସ୍ତାର ସାଧୁଗୋସ୍ୱାମୀ ନିକଟ ଦେଇ ଏକ ସ୍କୁଟି ସାହାର୍ଯ୍ୟରେ ଚୋରି ବିଦେଶୀ ମଦ ଯାଉଥିବା ସମୟରେ ପୁଲିସ ଚଢ଼ଉ କରି ସମ୍ପୃକ୍ତ ଅଭିଯୁକ୍ତ ନାଉଗାଁ ଗ୍ରାମର ଉପେନ୍ଦ୍ର ଭୋଇଙ୍କ ପୁଅ କାବୁଲି ଭୋଇ ଓ ବାଲିକୁଦା ଥାନା ଅଞ୍ଚଳର ଶ୍ରୀଙ୍ଗାରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହରାଙ୍କ ପୁଅ ଦିପୁ ବେହେରାକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୩ ଲିଟରରୁ ଅଧିକ ଚୋରା ବିଦେଶୀ ମଦ ଓ ଏହି କାରବାର ରେ ବ୍ୟବହୃତ ହେଇଥିବା ଏକ ସ୍କୁଟି ଜବତ କରିଛି । ତେବେ ଏହି ଘଟଣାକୁ ଆଧାର କରି ନାଉଗାଁ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଏହି ଚୋରା ବିଦେଶୀ ମଦ ନାଉଗାଁ ବଜାର ନିକଟରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ କର୍ମଚାରୀମାନେ ନେଇ ଯାଉଥିବାର ଅନୁମାନ କରାଯାଉଛି । ବିଭିନ୍ନ ଖବର କାଗଜରେ ସରକାରୀ ବିଦେଶୀ ମଦ ଦୋକନ ଧାର୍ଯ୍ୟ ସମୟ ଠାରୁ ଅଧିକ ରାତି ପର୍ଯ୍ୟନ୍ତ ଖୋଲୁଥିବା ନେଇ ଖବର ବାରମ୍ବାର ପ୍ରସାରଣ ହେଉଥିଲେ ମଧ୍ୟ ସବୁ ଦେଖି ନଦେଖିଲା ପରି ବସିରହିଛି ଜିଲ୍ଲା ଅବକାରୀ ବିଭାଗ ।