ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ 

 ଫୁଲବାଣୀ : ଏକ ଉତ୍ସାହଜନକ ଅବସରରେ ଯୁବ ମିତ୍ର ଫାଉଣ୍ଡେସନ ପକ୍ଷରୁ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଯାଇଛି । ଆଲୋଚନା ସମୟରେ ତାଙ୍କ ସହ ଜିଲ୍ଲାର ସମଗ୍ର ବିକାଶ, ଶିକ୍ଷା ବ୍ୟବସ୍ଥା ଏବଂ ଯୁବପିଢ଼ିଙ୍କ ପାଠାପଢି ଉପରେ ଗୁରୁତ୍ୱ ଦେଇ କିଛି ମୁଖ୍ୟ ଭବିଷ୍ୟତ ପଦକ୍ଷେପ ନେଇ ମତ ବିନିମୟ ହୋଇଥଲା । ଜିଲ୍ଲାପାଳ କନ୍ଧମାଳରେ ପୁଣିଥରେ ସିଭିଲ ସର୍ଭିସ୍ କୋଚିଂ କେନ୍ଦ୍ର ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଲେ । ଯାହାଦ୍ୱାରା ଅନେକ ମେଧାବୀ ଛାତ୍ରଛାତ୍ରୀ ଲାଭାନ୍ୱିତ ହେବେ । ଏହି ସାକ୍ଷାକ୍ରାରରେ ସଭାପତି ଦେବାଶିଷ ସାହାଣୀ, ଉପସଭାପତି ଶ୍ରୁତି ସୁଲଗ୍ନା ତ୍ରିପାଠୀ, ସାଧାରଣ ସମ୍ପାଦକ ଶୁଭମ ସ୍ୱାଇଁ, କେସିୟର ଏମ୍.ପ୍ରତୁ୍ୟଷା, ଓ ସଦସ୍ୟ ରାକେଶ ସାମଲ, ସତ୍ୟମ ପାତ୍ର, ଆଶିଷ ବେହେରା ଓ ସ୍ନିଗ୍ଧା ତ୍ରିପାଠୀ ଉପସ୍ଥିତ ଥିଲେ ।