କୁକର୍ମକାରୀକୁ ୨୦ ବର୍ଷ
ସମ୍ବଲପୁର: ଏକ ନାବାଳିକା ଦୁର୍ଷମ ଓ ଅପହରଣ ମାମଲାର ବିଚାର କରି ସମ୍ବଲପୁରର ପୋକ୍ସୋ, ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ଜଜ୍ ରୋହିତଲାଲ ପଣ୍ଡା ଜଣେ ଅଭିଯୁକ୍ତକୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇପିସିର ଧାରା ୫୦୬, ୩୭୬ (୩) ଏବଂ ୪ ପୋକ୍ସୋ ଆଇନ ବଳରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯେ, ଜିଲ୍ଲାର ମହୁଲପାଲି ଥାନା ଅଞ୍ଚଳରେ ୨୦୨୦ ଅକ୍ଟୋବର ୨୦ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ପିଡ଼ୀତା ନାବାଳିକା (୧୪) ସେହିଦିନ ସକାଳେ ନିଜ ବଡ଼ବାପାଙ୍କ ଘରକୁ ଯାଇଥିଲେ । ସେଠାରେ କାହାକୁ ନ ପାଇ ନିଜ ଘରକୁ ଫେରି ଆସିଥିଲେ । ନିଜ ଗାଁ ଓ ବଡ଼ବାପାଙ୍କ ଘର ଥିବା ଗାଁ ମଝିରେ ଏକ ଜଙ୍ଗଲ ରହିଛି । ନାବାଳିକା ଜଣକ ଏହି ରାସ୍ତା ଦେଇ ନିଜ ଘରକୁ ଆସୁଥିବା ବେଳେ ଅଭିଯୁକ୍ତ ନିଖିଳ ପୂର୍ତି ଅଟକାଇ ଧମକ ଚମକ ଦେବା ସହିତ ଶାରୀରିକ ବ୍ୟଭିଚାର କରିଥିଲା । ଏପରିକି ପିଡୀତାଙ୍କୁ ପାଟି କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ହେଲେ ପିଡୀତା ଜଣକ ଅଭିଯୁକ୍ତର କବଳରୁ ଖସି ଆସି ଘରେ ପହଞ୍ଚô ଥିଲେ ଓ ନିଜ ବଡ଼ଭାଇ ପରେ ମାଁଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏ ବାବଦରେ ମହୁଲାପାଲି ଥାନାରେ ଏତଲା ରୁଜୁ ହୋଇଥିଲା । ୨୭ ଜଣଙ୍କ ସାକ୍ଷ୍ୟ ବୟାନ୍ ଓ ୨୨ଟି ଦସ୍ତାବିଜ୍ ଆଧାର କରି ବିଚାରପତିଙ୍କ ପକ୍ଷରୁ ଦୋଷୀ ବିରୁଦ୍ଧରେ ଉକ୍ତ ରାୟ ପ୍ରକାଶ କରାଯାଇଛି ।