ତୃତୀୟ ଦିନରେ ହରତାଳ; ନିତ୍ୟ ସାମଗ୍ରୀର ଅଭାବ

 ପାଣିକୋଇଲି : ଓଡ଼ିଶା ଚାଳକ ମହାସଂଘ ପକ୍ଷରୁ ଦିଆଯାଇଥିବା ଡ଼ାକରା ମତେ ଡ଼୍ରାଇଭରଙ୍କ ପକ୍ଷରୁ ଚାଲିଥିବା ହରତାଳ ଆଜି ତୃତୀୟ ଦିନରେ ପହଁଚିଛି । ହରତାଳ ଯୋଗୁ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଛି । ଯାହାର ପ୍ରଭାବରେ ନିତ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଛି । ନିତ୍ୟ ସାମଗ୍ରୀର ଅଭାବ କାରଣରୁ ମୁନାଫାଖୋରୀ ବେପାରି ଏହାର ଫାଇଦା ଉଠାଉଛନ୍ତି । ଯାହା ଖାଉଟୀଙ୍କ ପାଇଁ ତଣ୍ଡଗଣିବା ପରି ହୋଇଛି । କେତେକ ସ୍ଥାନରେ ଗ୍ୟାସ ସିଲିଣ୍ଡରର ଅଭାବ ପରିଲକ୍ଷିତ ହୋଇଛି ତ କେଉଁଠି ଆଳୁ ପିଆଜର ମୂଲ୍ୟ ବଢିଯାଇଛି । ହରତାଳ କାରଣରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ମଉକାରେ ଯାତ୍ରୀଙ୍କୁ ଲୁଟ କରାଯାଉଛି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିବା ଯାତ୍ରୀଙ୍କ ଠାରୁ ଡ଼ବଲ ମୂଲ୍ୟ ଦେବାକୁ ବାଧ୍ୟ କରାଯାଉଛି । ଗୋଟିଏ ପଟେ ରାଜ୍ୟ ସରକାର ଆନେ୍ଦାଳନ କାରୀଙ୍କ ସହିତ ବିଚାର ବିମର୍ଷ କରି କୈାଣସି ସମାଧାନର ବାଟ ଫିଟାଉ ନଥିବା ବେଳେ ଡ଼୍ରାଇଭର ସଂଘ ବି ଜିଦରେ ଅଟଳ ରହିଛି । ଏପରିସ୍ଥଳେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି ।