ମହିଳା କବାଡି ପ୍ରତିଯୋଗିତା ଉଦ୍ୟାପିତ : କିଶୋରନଗରକୁ ହରାଇ ଯାଜପୁର ରୋଡ ଆଇଜିଏମ କଲେଜ ଚମ୍ପିଆନ
ବ୍ୟାସନଗର: ଇନ୍ଦିରା ଗାନ୍ଧୀ ମହିଳା(ଜୁନିୟର) ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ୨ଦିନିଆ ଜୋନସ୍ତରୀୟ ଆନ୍ତଃ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମହିଳା କବାଡି ପ୍ରତିଯୋଗିତା ଉଦ୍ୟାପିତ ହୋଇଛି । ସଂପୃକ୍ତ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଶୋକ ଦାସଙ୍କ ତତ୍ତ୍ୱାବଧନାରେ ଅନୁଷ୍ଠିତ ଖେଳରେ ପ୍ରଥମ ମ୍ୟାଚ ଅନୁଗୁଳର କିଶୋରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୯ ପଏଣ୍ଟ ପାଇଥିଲା ବେଳେ ଭୁବନ ସ୍ଥିତ ବାଜିରାଉତ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ଶେଷ ସୁଦ୍ଧା ମାତ୍ର ୧୫ ପଏଣ୍ଟ ସଂଗ୍ରହ କରି ୨୪ ପଏଣ୍ଟରେ ପରାସ୍ତ ହେବାକୁ ପଡିଥିଲା । ଦ୍ୱିତୀୟ ମ୍ୟାଚରେ ପୁନର୍ବାର କିଶୋରନଗର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଖେଳି ୪୯ ପଏଣ୍ଟ ପାଇଥିଲା ବେଳେ ଢେଙ୍କାନାଳର ଜିରାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳଶେଷ ସୁଦ୍ଧା ମାତ୍ର ୨୪ ପଏଣ୍ଟ ସଂଗ୍ରହ କରି ୨୫ପଏଣ୍ଟରେ ପରାସ୍ତ ହେବାକୁ ପଡିଥିଲା । ଶେଷରେ ମ୍ୟାଚ ଜୋନ ଫାଇନାଲ କିଶୋରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳି ୧୩ ପଏଣ୍ଟ ସଂଗ୍ରହ କରିଥିଲା ବେଳେ ଯାଜପୁର ରୋଡ ଇନ୍ଦିରା ଗାନ୍ଧି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ଶେଷ ସୁଦ୍ଧା ୬୭ ପଏଣ୍ଟ ପାଇଥିଲା । ଫଳରେ ବେଳେ ୫୪ ପଏଣ୍ଟରେ କିଶୋର ନଗରକୁ ଯାଜପୁର ରୋଡ ଇନ୍ଦିରା ଗାନ୍ଧି ମହିଳା ଉଚ୍ଚ ମାଧ୍ୟମିକ ପରାସ୍ତକରି ଜୋନ ଚମ୍ପିଆନ ହୋଇଥିଲା । ଅନୁଷ୍ଠିତ ଖେଳ ପରିଚାଳକ ଭାବେ ରମେଶଚନ୍ଦ୍ର ପଣ୍ଡା, ସାନ୍ତନୁ ମଲ୍ଲିକ, ସୁରେଶଚନ୍ଦ୍ର ସାହୁ ଓ ସହଯୋଗୀ ଭାବେ ଅନୁରାଧା ଦାସ, ଶୁଭଶ୍ରୀ ପାଲ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ଜୋନ ଫାଇନାଲ ତଥା ଉଦ୍ୟାପନୀ ଉତ୍ସବରେ ଅତିଥି ଭାବେ ଆଇଜିଏମ କଲେଜ ଅଧ୍ୟକ୍ଷା ପଙ୍କଜିନୀ ପାଣି, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅରୁଣ କୁମାର ମିଶ୍ର, ଜ୍ୟୋତିପ୍ରକାଶ ରାଉତ, ଚିତରଞ୍ଜନ ବଳ, ପଦ୍ମଭୁଷଣ ରାଉତରାୟ, ଅଧ୍ୟାପିକା ଦୀପ୍ତିମୟୀ ରାଉତ, ଇପାଞ୍ଜଳି ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଅନୁଷ୍ଠିତ ଖେଳକୁ ଅଧ୍ୟାପକ ହୃଷିକେଶ ତ୍ରିପାଠୀ, ସୁରେନ୍ଦ୍ର କୁମାର ମଲ୍ଲିକ, ପ୍ରଦୀପ କୁମାର ପରିଡା, ଅଧ୍ୟାପିକା ଦେବଜାନୀ ଦାସ, ରାଜଲକ୍ଷ୍ମୀ ଦାସ, ଆୟେଶା ପରିଡା, ସ୍ମୃତିରେଖା ବେହେରା ପ୍ରମୁଖ ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।