ଗାଈ ଉପରେ ମାଡ଼ିଗଲା ଟିପ୍ପର; ଡ୍ରାଇଭର-ଗାଈ ମୃତ

 କବଟବନ୍ଧ : ଜେନାପୁର ଥାନା ଅଧିନ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମ ରାସ୍ତା କଡରେ ଅସୁସ୍ଥ ଗର୍ଭବତୀ ଗାଈ ଶୋଇଥିବା ଅବସ୍ଥାରେ ରାତ୍ରୀ ସମୟରେ ଜଣେ ଡ୍ରାଇଭର ଗାଡ଼ି ଚଢାଇ ଦେବାରୁ ଘଟଣା ସ୍ଥଳରେ ଗାଈର ମୃତୁ୍ୟ ଘଟିଛି । ସିସିଟିଭିରେ ଗାଈ ମୃତର ଭିଡିଓ ଉତ୍ତୋଳନ ହୋଇଛି । ଏହି ଥାନା ଅନ୍ତର୍ଗତ ମୁକୁନ୍ଦପୁର (ଗହଣା)ଗ୍ରାମର ପଶୁ ପାଳକ ଦିଲ୍ଲୀପ କୁମାର ଜେନା (୩୫)ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ମତେ ଗାଈଟି ଅସୁସ୍ଥ ଥିବାରୁ ଗତକାଲି ଗାଈଟି ଗୋ-ପାଳକଙ୍କ ଘରକୁ ଆସିନପାରି ଗ୍ରାମ କଂକ୍ରିଟ ରାସ୍ତାରେ ଶୋଇଥିଲା । ବିଳମ୍ବିତ ରାତ ସମୟରେ ଏହି ଗ୍ରାମ (ତୋଟାସାହି)ର ଟିପ୍ପର ଡ୍ରାଇଭର ରାମଚନ୍ଦ୍ର ସାହୁ ଲୁହାପଥର ବୋଝେଇ କରି ଘରକୁ ଫେରୁଥିବା ସମୟରେ ଅସୁସ୍ଥ ଗର୍ଭବତୀ ଗାଈ ଉପରେ ଚଢ଼ାଇ ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗାଈଟିର ମୃତ ଘଟିଛି । ମୃତ ଗାଈଟିକୁ ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତ ରେ ବ୍ୟବଛେଦ କରାଯାଇଛି । ସର୍ବମଙ୍ଗଳେ ଜଗନ୍ନାଥ ସେବା ସଂଗଠନ ଏବଂ ଗ୍ରାମବାସୀଙ୍କ ଦ୍ୱାରା ରିତୀ, ନୀତି ଅନୁଯାୟୀ ଗାଈକୁ ସମାଧି ଦିଆଯାଇଥିଲା । ବେପରୁଆ ଗାଡ଼ି ଚାଳନା ପାଇଁ ଏପରି ହୋଇଛି ବୋଲି ଗୋପାଳକ ଅଭିଯୋଗ କରିଥିବା ଜଣାପଡିଛି । ଏହା ଉପରେ ଗୋପାଳକ ଦିଲ୍ଲୀପ ଡ୍ରାଇଭର ସହିତ ଗାଡ଼ି ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।