ବୋଥ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାରେ

ବୋଥ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାରେ

ଅରୁଣ ବୋଥ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚା ବଢାଇଲା । ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇର କ୍ଲୋଜର ରିପୋର୍ଟ ପରେ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ମାମଲା, ଅପରାଧିକ ମାମଲାର ତଦନ୍ତ ନେଇ ସୋସିଆଲ ମିଡିଆରେ ହସ୍ତକ୍ଷେପ କରୁଥିବା ଲୋକଙ୍କୁ ସତର୍କ କରାଇ ଦେଇଛି । ୪ ବର୍ଷ ତଳେ ସୋସିଆଲ ମିଡିଆ, ଟିଭି ଉପସ୍ଥାପକ ମୁମ୍ବାଇ ପୋଲିସ ଉପରେ ଭିତ୍ତିହୀନ ଅଭିଯୋଗ ଆଣିଥିଲେ । ଏବେ ପ୍ରମାଣ ହୋଇଯାଇଛି ଯେ, ପୋଲିସ ସଠିକ୍ ପ୍ରମାଣ ସହ ମାମଲାର ତଦନ୍ତ କରୁଥିଲା ।  ଯେଉଁମାନଙ୍କ ଅପରାଧିକ ମାମଲା ଉପରେ କୌଣସି ଜ୍ଞାନ ନାହିଁ ସେମାନେ ଏପରି ପ୍ରତିକ୍ରିୟା ଦେଇଥାନ୍ତି । ଶେଷରେ ସଠିକ୍ ପ୍ରମାଣ ଓ କୋର୍ଟର ନିଷ୍ପତ୍ତି ହିଁ ସର୍ବୋପରି ହୋଇଥାଏ । ସୋସିଆଲ ମିଡିଆରେ ଏପରି ପୋଷ୍ଟ କରି କ’ଣ ଇଙ୍ଗିତ କରିବାକୁ ଚାହୁଁଛନ୍ତି ଅରୁଣ ବୋଥ୍ରା ?  ସୁଶାନ୍ତ ସିଂ ରାଜପୁତ ମାମଲା ଉଠାଇ ନବ ଦାସ ହତ୍ୟା ମାମଲାର ତଦନ୍ତ ଆଡକୁ ଅରୁଣ ବୋଥ୍ରା ଇଙ୍ଗିତ କରୁନାହାନ୍ତି ତ?