ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ  ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ

ାା ପ୍ରଭାନୁ୍ୟଜ ।ା କାଳିଆପାଣି: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ପାଳିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିଥିବା ଯାଜପୁର ଜିଲାର ସୁକିନ୍ଦା, କଳିଙ୍ଗନଗର ଓ କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ଅଞ୍ଚଳର ଶତାଧିକ ଗ୍ରାମୀଣ ମହିଳା କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଜଳବାୟୁ ସହନଶୀଳତା ବୃଦ୍ଧି ପାଇଁ ଗ୍ରାମୀଣ ମହିଳାମାନେ ମାନେ କିଭଳି ଦୀର୍ଘସ୍ଥାୟୀ ମୃତିକା ଓ ସମ୍ପଦର ଉପଯୁକ୍ତ ବ୍ୟବହାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ପାରିବେ, ସେନେଇ ଏହି କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଟାଟାଷ୍ଟିଲ ଏଫ୍ଏଏମଡି ଖଣି ମୁଖ୍ୟ ଶମ୍ଭୁନାଥ ଝା ଅତିଥି ଭାବେ ଯୋଗଦେଇ ଗୃହ ପରିଚାଳନା ସହ ରାଷ୍ଟ୍ର ଗଠନରେ ଗ୍ରାମୀଣ ମହିଳାମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । କମ୍ପାନୀର ବରିଷ୍ଠ ଆଞ୍ଚଳିକ ପ୍ରବନ୍ଧକ ଅଞ୍ଜନା ତିୱାରୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନରେ ମହିଳା ମାନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଉଦବୋଧନ ଦେଇଥିଲେ । ଓଡ଼ିଶା ଜୀବିକା ମିଶନ ଏବଂ ୱାନ୍ ଷ୍ଟପ୍ ସେଣ୍ଟରର ବିଶେଷଜ୍ଞମାନେ ଯୋଗଦେଇ ଗ୍ରାମୀଣ ମହିଳାମାନଙ୍କୁ ମିଳୁଥିବା ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ବରିଷ୍ଠ ଅଧିକାରି ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।