ଆତିଶୀଙ୍କ ସମେତ ୧୨ ଏଏପି ବିଧାୟକ ସସ୍‌ପେଣ୍ଡ

ଆତିଶୀଙ୍କ ସମେତ ୧୨ ଏଏପି ବିଧାୟକ ସସ୍‌ପେଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ହଙ୍ଗାମା କରିବା ପାଇଁ ଆତିଶୀଙ୍କ ସମେତ ଅନେକ ଏଏପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭଗତ ସିଂ ଏବଂ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇବା ବିରୋଧରେ ପ୍ରତିବାଦ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ଲଗାତାର ନିଲମ୍ବିତ କରାଯାଉଛି। ଗୃହରୁ ବାହାରକୁ ଆସିବା ପରେ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି, ଭାଜପା ଆମ୍ବେଦକରଙ୍କ ଫଟୋକୁ ମୋଦିଙ୍କ ଫଟୋରେ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା, କର୍ମୀ କାର୍ଯ୍ୟାଳୟ ସବୁଠି ଫଟୋ ପରିବର୍ତ୍ତନ କରାଯାଇଛି। ଆପଣ ଅହଂକାରୀ ହୋଇଯାଇଛନ୍ତି। ଆପଣ କ’ଣ ଭାବୁଛନ୍ତି ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ସ୍ଥାନ ନେବେ? ଆମେ ଏହା ହେବାକୁ ଦେବୁ ନାହିଁ।