କୃଷ୍ଣ ନାଗଙ୍କୁ ପ୍ରଶଂସା କଲେ ମୋଦି 

 କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ସାନଚେରଗାଁ ଗ୍ରାମର କୃଷ୍ଣ ନାଗ ଜଣେ ସଫଳ ଚାଷୀ ଭାବେ ସୁନାମ ଅର୍ଜନ କରିଛନ୍ତି  । ମନ୍କି ବାତ କାର୍ଯ୍ୟକ୍ରମରେ କୃଷ୍ଣ ନାଗ ଜଣେ ସଫଳ ଚାଷୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ  । ନିଜର କାର୍ଯ୍ୟ ଦକ୍ଷତା ବଳରେ ସେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି ଏବଂ  ଅନେକ ଶ୍ରମିକଙ୍କୁ ରୋଜଗାର ପନ୍ଥା ସେ ଯୋଗାଉଥିବା କହିଥିଲେ  । ଚାଷୀ କୃଷ୍ଣ ନାଗ ପୂର୍ବରୁ ଜମି ଥାଇ ମଧ୍ୟ ବହୁ କଷ୍ଟରେ ନିଜର ପରିବାର ପୋଷଣ କରୁଥିଲେ  । ସେ ନିଜର ଦକ୍ଷତା ବଳରେ ଆଧୁନିକ ପ୍ରଣାଳୀ ଅବଲମ୍ବନ କରି ବାର୍ଷିକ ପଚାଶ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ପନିପରିବା ଚାଷରେ ରୋଜଗାର କରିପାରୁଛନ୍ତି  । ସେ ପୂର୍ବରୁ ଶ୍ରମିକ ଭାବେ କାମ କରୁଥିଲେ  । କିନ୍ତୁ ବର୍ତ୍ତମାନ ସଫଳ ଚାଷୀ ହୋଇ ସତୁରି ଜଣ ଲୋକଙ୍କୁ ବର୍ଷ ବର୍ଷ ଧରି କାମ ଯୋଗାଉଛନ୍ତି  । ମନ୍ କି ବାତ୍ କାର୍ଯ୍ୟକ୍ରମରେ କୃଷ୍ଣ ନାଗଙ୍କ ନାମ ଚର୍ଚ୍ଚା ହେବା ପରେ ତାଙ୍କର ପନିପରିବା ବଗିଚାରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, ମନୋଜ ମେହେର, ବିନ୍ଦୁ ମହାନନ୍ଦ, ଟଙ୍କଧର ନାଏକ, ଜୟନ୍ତ ସିଂହ ପ୍ରମୁଖ ଉକ୍ତ ବଗିଚାକୁ ପରିଦର୍ଶନ କରିଥିଲେ  । କୃଷ୍ଣ ନାଗଙ୍କ ସହ ଚାଷ ସମ୍ୱନ୍ଧରେ ଆଲୋଚନା କରିବା ସହ କଳାହାଣ୍ଡି ଜିଲ୍ଲାର ସେ ଗୌରବ ବୋଲି ବିଧାୟକ କହିଥିଲେ  ।