ବିଡିଓ ଓ ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଖାଉଟି

ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ନଡପୁର ପଞ୍ଚାୟତରେ ହୋଇଥିବା ପିଡିଏସ ଚାଉଳ ବଣ୍ଟନର ହେରଫେର ଘଟଣାର ତଦନ୍ତ କରିବାକୁ ଯାଇଥିବା ବିଡିଓ, ଯୋଗାଣ ଇନ୍ସ୍ପେକ୍ଟର, ମଙ୍ଗଳ ଅଧିକାରୀ, ତଦନ୍ତ ଅଧିକାରୀ, ପଞ୍ଚାୟତ ଅଧିକାରୀ, ଯୋଗାଣ ସହାୟିକା ଏବଂ ଅନ୍ୟମାନଙ୍କୁ ତାଲା ପକାଇ ଅଟକ ରଖିଲେ ଶତାଧିକ ଖାଉଟି ଏବଂ ସ୍ଥାନୀୟ ଜନସାଧାରଣ । ପାଖାପାଖି ୧୨ଘଣ୍ଟା ଅଟକ ରଖିବା ପରେ ହେରଫେର ଘଟଣାରେ ଜଡିତ ଥିବା ଯୋଗାଣ ସହାୟିକା ନିଲମ୍ବନ ନିଦେ୍ର୍ଦଶ ପରେ ଘଟଣା ଶାନ୍ତ ପଡିଥିଲା ।
ପ୍ରକାଶ ଯେ, ପିଡିଏସ୍ ଚାଉଳ ଓଜନରେ ହେରଫେର କରିବା, ଯୋଗାଣ ସହାୟିକା ଅନୁପସ୍ଥିତ ରହି ତାଙ୍କ ସ୍ୱାମୀ ଏବଂ ସହଯୋଗୀ ଦ୍ୱାରା ଚାଉଳ ବଣ୍ଟନ କରିବା ଭଳି ବିଭିନ୍ନ ସମସ୍ୟା ନେଇ ନଡପୁର ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଥିରେ କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ୍ କରାଯିବା ସହିତ ଶହ ଶହ ଗରିବଙ୍କ ପେଟରେ ଗୋଇଠା ମରାଯାଉଛି ବୋଲି ମଧ୍ୟ ଅଭିଯୋଗ କରାଯାଇଥଲା । ତେବେ କିଛିଦିନ ପୂର୍ବରୁ ବେତନଟୀ ବ୍ଲକ ଅଧୀନସ୍ଥ ପ୍ରାୟ ସମସ୍ତ ଅଞ୍ଚଳରେ କୁନିକୁନି ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରି ଏକାଧିକ ଅଧିକାରୀ ସମେତ ଠିକାଦାର ତଦନ୍ତ ପରିସରଭୁକ୍ତ ହୋଇଥିବାବେଳେ ଏବେ ପୁଣି ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ସମୟରେ ଓଜନରେ ଚଞ୍ଚକତା ପୂର୍ବକ ହେରଫେର କରାଯିବାକୁ ନେଇ ଗତ ଶନିବାର ଦିନ ତମାମ ପ୍ରବଳ ଉତ୍ତେଜନା ସାଙ୍ଗକୁ ହଟଗୋଳ ଲାଗିରହିଥିଲା । ଶତାଧିକ ଉତ୍ତେକ୍ତ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳସ୍ୱରୂପ ସ୍ଥିତି ଅଣାୟତ୍ତ ହେବାରୁ ଅପରାହ୍ନ ସମୟରେ ବ୍ଲକ ପ୍ରଶାସନ ତରଫରୁ ଏବିଡିଓ ଏବଂ ବୈଶିଙ୍ଗା ପୁଲିସ ପ୍ରଶାସନ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚô ଉତ୍ୟକ୍ତ ଖାଉଟିଙ୍କ ସହିତ ଆଲୋଚନା କରିଥିଲେ । ସର୍ବସମ୍ମୁଖରେ ଗୋଦାମ ଗୃହକୁ ସିଲ ମଧ୍ୟ କରାଯାଇଥିଲା ଏବଂ ମଙ୍ଗଳବାର ବେତନଟୀ ବିଡିଓ ଆସି ଏହାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଖାଉଟି ଶାନ୍ତ ପଡିଥିଲେ । ସୂଚନା ମୁତାବକ ସୋମବାର ପୂର୍ବାହ୍ନ ସମୟରେ ବେତନଟୀ ଯୋଗାଣ ନିରୀକ୍ଷକ ନଡପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଘଟଣାର ତଦନ୍ତ କରିବା ପାଇଁ ଆସିଥିବା ନେଇ ନଡପୁର ଗ୍ରାମବାସୀ ତଥା ସମସ୍ତ ଖାଉଟି ଜାଣିବା ପରେ ତାଙ୍କୁ ଏ ନେଇ ତଦନ୍ତ କରିବା ପାଇଁ ମନା କରିବା ସହ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଦେଇନଥିଲେ । ମଙ୍ଗଳବାର ବେତନଟୀ ବିଡିଓ ଗୋପିନାଥ ଖାଖା, ଏବିଡିଓ ଗଗନ ବିହାରୀ ବେହେରା, ସହକାରୀ ନିୟନ୍ତ୍ରକ ବୈଦ୍ଧ ମାପ ବିଜ୍ଞାନ, ଯୋଗାଣ ଇନସ୍ପେକ୍ଟର, ବ୍ଲକ ମଙ୍ଗଳ ଅଧିକାରୀ ତଦନ୍ତକାରୀ ଟିମ୍ ସହ ନଡପୁର ପଞ୍ଚାୟତ ଅଫିସ ପହଞ୍ଚି ସିଲ ଗୋଦାମ ଗୃହ ଖୋଲି ତଦନ୍ତ କରିଥିଲେ । ଯେଉଁ ଦୁଇଟି ଓଜନ କଣ୍ଟାର ଓଜନର ତାରତମ୍ୟ ଦେଖାଯାଇଥିଲା ତାର ତଦନ୍ତ କରିବା ସହ ଗୋଦାମ ଗୃହରେ ଗଚ୍ଛିତ ଥିବା ଚାଉଳର ପରିମାଣକୁ ନେଇ ତଦନ୍ତ କରିଥିଲେ । ପୂର୍ବାହ୍ନ ସମୟରେ ଶହ ଶହ ସଂଖ୍ୟାରେ ଖାଉଟି ସମେତ ଗ୍ରାମବାସୀ ପଞ୍ଚାୟତ ଘେରାଉ କରି ରହିଥିଲେ । ତାଙ୍କର ପୂର୍ବ ସମସ୍ତ ଦାବି ସହ ଏହି ହେରଫେର ଘଟଣାରେ ଜଡିତ ଥିବା ଯୋଗାଣ ସହାୟିକାକୁ ଚାକିରିରୁ ନିଲମ୍ବନ କରିବା ଏବଂ ଏହି ପଡିଏସ ଚାଉଳ ଦୁର୍ନୀତିରେ ଜଡିତ ଥିବା ସମସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ମଧ୍ୟ ପଞ୍ଚାୟତ ଅଫିସରେ ପହଞ୍ଚô ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସମସ୍ତ ଖାଉଟି ପଞ୍ଚାୟତ ଅଫିସ ପରିସର ମଧ୍ୟରେ ବିଡିଓ, ଏବିଡିଓ, ଯୋଗାଣ ଇନ୍ସପେକ୍ଟର, ସରପଞ୍ଚ, ଯୋଗାଣ ସହାୟିକା ଜୟସ୍ମିତା କବାଟ ସମେତ ସମସ୍ତ ତଦନ୍ତକାରୀ ଦଳକୁ ବାହାର ପଟୁ ତାଲା ପକାଇ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରିବା ସହ ସମସ୍ତେ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରି ରହିଥିଲେ । ଉତ୍ତେଜନା  କମିବା ପରିବର୍ତ୍ତେ ବଢିବା କାରଣରୁ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ ଏବଂ ବେତନଟୀ ଥାନାଧିକାରୀଣୀ ସସ୍ମିତା ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଚାବି ଖୋଲି ଖାଉଟିଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ନିରିହ ଖାଉଟିମାନଙ୍କର ପିଡିଏସ୍ ଚାଉଳ ଖାଇ ଯାଉଥିବାର ଅଭିଯୋଗ କରି ସନ୍ଧ୍ୟା ପର୍ଯ୍ୟନ୍ତ ପଞ୍ଚାୟତ ପରିସରରେ ହୋ ହାଲ୍ଲା କରିବା ସହ ଧାରଣାରେ ବସି ରହିଥିଲେ ଶତାଧିକ ଖାଉଟି ଏବଂ ଗ୍ରାମବାସୀ । ଯୋଗାଣ ସହାୟିକା ହେରାଫେରି ବାବଦରେ ସ୍ୱୀକାର କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଯାହା ଫଳରେ ଖାଉଟିଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ଘଟଣାକୁ ନେଇ ବେତନଟୀ ବିଡିଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବା ପରେ ଜିଲ୍ଲାପାଳ ଏହି ଦୁର୍ନୀତି କାର୍ଯ୍ୟରେ ଜଡିତ ଥିବା ଯୋଗାଣ ସହାୟିକା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । । ଫଳସ୍ୱରୁପ ଯୋଗାଣ ସହାୟିକା ଜୟସ୍ମିତା କବାଟଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରିବା ନେଇ ଲିଖିତ ଚିଠି ପ୍ରଦାନ କରିବା ପରେ ସ୍ଥିତି ଶାନ୍ତ ପଡିଥିଲା ।