ଖୁବ ଶୀଘ୍ର ଧରା ହେବେ ଲୁଟେରା: ଡିଆଇଜି       

 ଭଦ୍ରକ : ଶନିବାର ଭଦ୍ରକ ଟାଉନ ଚରମ୍ପା ଛକଠାରୁ ଅନତି ଦୂର ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ଘର ଆଗରୁ ଗୁଳି ମାରି ଲୁଟ ଘଟଣା ଆଶ୍ଚର୍ଯ୍ୟ କରିଥିବା ବେଳେ ଆଜି ସକାଳେ ପୂର୍ବାଞ୍ଚଳ ଡି.ଆଇ.ଜି ସତ୍ୟଜିତ ନାୟକ ଘଟଣା ସ୍ଥଳରେ ପହଞ୍ଚି ଏସ.ପି ମନୋଜ ରାଉତଙ୍କ ଠାରୁ ସମସ୍ତ ଘଟଣାର ତନଖି କରିଛନ୍ତି ।  । ରାସ୍ତା ଉପରେ ବାଇକ ବୋଲାଇ ଗୁଳିକରି ଲୁଟେରା ପଳାଇଥିବା ରାସ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଗୋଚର କରିବା ପରେ ସେହିଠାରୁ ସାମାନ୍ୟ ଦୂରତାରେ ଥିବା ଗୁଳିବିଦ୍ଧ ପରିବାର ବର୍ଗଙ୍କୁ ଭେଟି ଘଟଣା ଉପରେ ପରିବାର ବର୍ଗଙ୍କୁ ପଚାରି ବୁଝିଥିଲେ । ଗୁଳିକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ଚିକିସôା ଏବଂ ତାଙ୍କ ପରିବାରର ସୁରକ୍ଷା ଯୋଗାଇବାକୁ ନିଦେ୍ର୍ଦଶ ଦେଇଥିଲେ । ଡି.ଆଇ.ଜି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣା ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି ଏବଂ କାର୍ଯ୍ୟ କରୁଛି । ଖୁବ ଶୀଘ୍ର ଗୁଳି କରିଥିବା ଲୁଟେରା ମାନଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ପରେ ରାସ୍ତା ପାଖରେ ଗୁଳି ମାଡ଼ କରି ବାଇକ ରେ ୩ ଜଣ ଚମ୍ପଟ ମାରିବା ଘଟଣା ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଥିଲା । ଚରମ୍ପାର ଗୋଖାଦ୍ୟ ବ୍ୟବସାୟୀ ପ୍ରଭାକର ପାତ୍ରଙ୍କ ପୁଅ ବିଦ୍ୟାଧର ପାତ୍ର ୨ ଥର ଗୁଳି ମାରିଥିଲେ ।