ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ଦାନଗଦୀ: ଜଗନ୍ନାଥ କଲୋନୀରେ ଗୌରାଙ୍ଗମହାପ୍ରଭୁଙ୍କ ଦ୍ୱିତୀୟ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପୀ ଅନୁଷ୍ଠିତ ନାମସଂକୀର୍ତ୍ତନ ମହାଯଜ୍ଞରେ କଲୋନୀବାସୀ ତଥା ଦାନଗଦୀ ଅଞ୍ଚଳ ବାସୀଙ୍କର ମଙ୍ଗଳ କାମନା ନିମନ୍ତେ ଅଖଣ୍ଡ ହରିନାମ ଜପ ହୋଇଥିଲା । ପ୍ରଥମ ଦିବସରେ କଳସ ଯାତ୍ରା, ଦ୍ୱିତୀୟ ଦିବସରେ ନାମ ସଂକ୍ରିତନ ଓ ଶେଷଦିବସରେ ନଗରପରିକ୍ରମା ହୋଇ ନାମ ଯଜ୍ଞ ସମାପନ ହୋଇଥିଲା, ଜଗାଡିହ କୀର୍ତନ ମଣ୍ଡଳୀ, ଭଦ୍ରକ ବାରିକପୁର କୀର୍ତନ ମଣ୍ଡଳୀ, ମା ମଙ୍ଗଳା କୀର୍ତନ ମଣ୍ଡଳୀ ସୋଲେଇ, କେଶଦୁରାପାଳ କୀର୍ତ୍ତନ ମଣ୍ଡଳୀର ହରିଭକ୍ତ ଯୋଗଦେଇ ପ୍ରଭୁଙ୍କର ଅଖଣ୍ଡ ମଧୁର ନାମକୁ ଜପ କରିଥିଲେ ।