ସମବାୟ ବର୍ଷ ଉପରେ ପୋଷ୍ଟର ପ୍ରଦର୍ଶନ

ଜଟଣୀ : ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସମବାୟର ଭୂମିକା ଉପରେ ଧ୍ୟାନ ଦେବା ପାଇଁ ମିଳିତ ଜାତିସଂଘ ୨୦୨୫କୁ "ଆନ୍ତର୍ଜାତୀୟ ସମବାୟ ବର୍ଷ’ ଭାବରେ ଘୋଷଣା କରିଛି । ଏହି ବର୍ଷର ବିଷୟବସ୍ତୁ ହେଉଛି "ସମବାୟ ଏକ ଉନ୍ନତ ବିଶ୍ୱ ନିର୍ମାଣ କରେ’, ଯାହା ଭାରତ ସରକାରଙ୍କ "ସହକାର ସେ ସମୃଦ୍ଧି’ ଦୃଷ୍ଟିକୋଣ ସହିତ ସମନ୍ୱିତ । ସମବାୟ ସଂସ୍ଥାଗୁଡ଼ିକ ଆମ ସମୟର ଉଦୀୟମାନ ଚ୍ୟାଲେଞ୍ଜଗୁଡ଼ିକୁ ସଫଳତାର ସହିତ ମୁକାବିଲା କରିଛି । ଆମେ ଯେତେ ଅଧିକ ସହଯୋଗଶୀଳ, ଆମେ ସେତେ ଅଧିକ ମୂଲ୍ୟବାନ ହୋଇଯାଉ । ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ କରିବା ପାଇଁ, ଭାରତୀୟ ରେଳବାଇ ଇ-ଟିକେଟରେ ଲୋଗୋ ପ୍ରଦର୍ଶନ କରିବା ଆରମ୍ଭ କରିଛି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ସମଗ୍ର ଦେଶରେ ସମବାୟ ଆନେ୍ଦାଳନର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ସମସ୍ତ କ୍ଷେତ୍ରରେ ସମବାୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନରେ ଅଂଶଗ୍ରହଣ କରି ଖୋର୍ଦ୍ଧା ରୋଡ୍ ଡିଭିଜନ୍  ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ଖୋର୍ଦ୍ଧା ରୋଡ୍, ଭଦ୍ରକ, ଯାଜପୁର, ପଲାସା ଇତ୍ୟାଦିରେ ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶନ କରିଛି ।