ବିରୋଧୀ ବିଭ୍ରାନ୍ତିକର ତଥ୍ୟ ଦେଇ ଜନସାଧାରଣଙ୍କୁ ଭୂଅାଁ ବୁଲାଉଛନ୍ତି: ବିଜେଡି

ବିରୋଧୀ ବିଭ୍ରାନ୍ତିକର ତଥ୍ୟ ଦେଇ ଜନସାଧାରଣଙ୍କୁ ଭୂଅାଁ ବୁଲାଉଛନ୍ତି: ବିଜେଡି

ଯାଜପୁର : ଧର୍ମଶାଳାରେ ଯାହା ବିକାଶ ହୋଇଛି, ତାହା ରାଜ୍ୟର କୌଣସି ନିର୍ବାଚନ ମଣ୍ଡଳୀରେ ହୋଇନି । ହେଲେ କିଛି ବିରୋଧୀ ବିଭ୍ରାନ୍ତିକର ତଥ୍ୟ ଦେଇ ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି । ଧର୍ମଶାଳାରେ ଯାହା ବିକାଶ ହୋଇଛି, ତାହାର ଗୋଟିଏ ଗୋଟିଏ କରି ହିସାବ ରଖି ବିରୋଧୀ କରୁଥିବା ଚକ୍ରାନ୍ତର ମୁଖା ଖୋଲିବୁ । ଧର୍ମଶାଳା ବିଜେଡ଼ି ପକ୍ଷରୁ ଏଭଳି କୁହାଯାଇଛି ।  ଧର୍ମଶାଳା ବିଜୁ ଜନତା ଦଳ ତରଫରୁ କୁହାଯାଇଛି କି ବିଗତ ଦଶ ବର୍ଷ ଧରି ବିଧାୟକ ଧର୍ମଶାଳାରେ ଅନେକ ଲୋକାଭିମୁଖି ଯୋଜନାକୁ ସଫଳ କରିଛନ୍ତି । ପ୍ରଥମ ଦଫାରେ ନବୀନ ପଟ୍ଟନାୟକଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ତା ଭିତରେ ଯାଉଥିବା ମଧୂବାବୁ ପେନ୍ସନ୍ ଭଳି ଗୋଟିଏ ଯୋଜନାକୁ ନେଇଛୁ । ଯାହାକି ବାର୍ଦ୍ଧକ୍ୟ ଅବସ୍ତାରେ ଲୋକମାନଙ୍କର ସାହାରା ପାଲଟିଛି । ୨୦୧୪ ନିର୍ବାଚନ ପୂର୍ବରୁ ଧର୍ମଶାଳାର ୫୪ ଗୋଟି ପଞ୍ଚାୟତରେ ମୋଟ ପେନ୍ସନ୍ ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ୨୬,୮୯୦ ଥିଲା । ତାହା ୨୦୧୯ ନିର୍ବାଚନ ବେଳକୁ ବଢ଼ି ୩୧,୨୩୪ ପହଞ୍ଚିଥିଲା । ୨୦୨୩ ଅଗଷ୍ଟ ୧୫ ତାରିଖରେମୁଖ୍ୟମନ୍ତ୍ରୀ ଘୋଷଣା କଲେ ସାରା ଓଡ଼ିଶାରେ ୪ ଲକ୍ଷ ହିତାଧିକାରିଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ ଘୋଷଣା କରିଥିଲେ । ଯଦି ଆମେ ଏହାକୁ ହିସାବକୁ ନେବା ତେବେ ଓଡ଼ିଶାରେ ଥିବା ୧୪୭ ନିର୍ବାଚନ ମଣ୍ଡଳୀରେ ଭାଗ କଲେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ୨୭୨୧, ଜିଲା ସ୍ତରରେ ଯାଜପୁର ଜିଲାକୁ ୨୭,୨୮୫ ଜଣ ହିତାଧିକାରୀ ଚୟନ ପାଇଁ ପ୍ରସ୍ତାବ ଆସିଥିଲା । ଏହିପେନ୍ସନ୍ ଯୋଜନାରେ ଅଗଷ୍ଟ ମାସରେ ସମଗ୍ର ଧର୍ମଶାଳାରେ ଦଳମତ ନିର୍ବିଶେଷରେ୫୨୪୭ ଜଣ ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରାଯାଇଛି । ଏହା କେବଳ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସକଳ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଏହି ଯୋଜନାରେ୧ନଂ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରଶଂସିତ ହୋଇଛି । ୨ୟ ବାର ଫେବୃୟ୍ୟାରୀ ମାସରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ୨ଲକ୍ଷ ହିତାଧିକାରୀ ଚୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଧର୍ମଶାଳକୁ ୧ନଂ ରେ ରଖି ମୋଟ ୩୫୨୪ ଜଣ ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରିଥିଲେ । ଯେଉଁଠି ୨୦୧୪ ମସିହା ପର୍ଯ୍ୟନ୍ତ ୨୬,୮୯୦ ଜଣ ହିତାଧିକାରୀ ଉପକୃତ ହେଉଥିବା ବେଳେ ବର୍ଷରେ ବିଧାୟକ ୮.୭୭୧ ଜଣଙ୍କୁ ନୂତନ ଭାବେଯୋଜନାରେ ସାମିଲ କରିଥିଲେ । କିଛି ବିରୋଧି ବିଭ୍ରାନ୍ତିକର ତଥ୍ୟ ଦେଇ ଧର୍ମଶାଳାର ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି, ଧର୍ମଶାଳା ବ୍ଲକ ଓ ରସୁଲପୁର ବ୍ଲକରେ ପ୍ରଚାର କରୁଛନ୍ତି ଏଠି ଜନସାଧାରଣଙ୍କୁ ହତାଦର କରାଯାଏ ଏବଂ ଏଠାରେ ସରକାରୀ ଯୋଜନା ଠିକ ଭାବେ ଜନସାଧାରଣଙ୍କ ନିକଟରେ ପହଁଚେନାହିଁ । ଏଭଳି ମିଥ୍ୟା ଅପପ୍ରଚାରରୁ ସେମାନେ ଦୂରେଇ ରୁହନ୍ତୁ । ସମୟ ସମୟରେ ଧର୍ମଶାଳା ପାଇଁ ବିଧାୟକ ପ୍ରଣବ ବଳବନ୍ତରାୟ କରିଥିବା କାର୍ଯ୍ୟର ହିସାବ ରଖି ବିରୋଧିଙ୍କର ମିଥ୍ୟା ଓ ପ୍ରବଚନା କଥାର ମୁଖା ଖୋଲିବୁ ବୋଲି କହିଥିଲେ ବିଜେଡ଼ି ନେତା ।