ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ କଲା ବିଜେଡ଼ି

ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ କଲା ବିଜେଡ଼ି

ବ୍ୟାସନଗର : ବ୍ୟାସନଗରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଭଳି ଅଭିଯୋଗ ଆଣିଛି ବିଜେଡ଼ି । ଆଜି ଜିଲା ମହିଳା ବିଜେଡ଼ି ସଭାନେତ୍ରୀ ସବିତା ରାଉତ୍, ଉପନଗରପାଳ ସୁବାସ ଚନ୍ଦ୍ର ବଳ, ବିଜେଡ଼ି ନେତା ମହେଶ ଧଳ, ଅମୂଲ୍ୟ ନାୟକ, ରମୀୟ ରଂଜନ ପୁହାଣ, ବିକାଶ ଆଏଚ, ପ୍ରଭାତ ସାହୁ ଓ ମଂଜୁଶ୍ରୀ ପଣ୍ଡା ପ୍ରମୂଖ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟାସନଗର ଗସ୍ତରେ ଆସିଥିବା ବେଳେ ସୋବରାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ହେଲେ ପୁଲିସ ଅଭିଯୁକ୍ତଙ୍କ ଟେର ପାଉନି । ସେହିଭଳି ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଯାଜପୁର ଜିଲା ଗସ୍ତ ବେଳେ ପାଣିକୋଇଲି ପଣ୍ଡା ଅଳଙ୍କାର ଦେକାନରୁ ଲୁଟ ଏବଂ ଦୁଇଜଣଙ୍କୁ ଦୁର୍ବୃତ ହତ୍ୟା କରିଥିଲେ । ବ୍ୟାସନଗର କି ପାଣିକୋଇଲି ନୁହେଁ ଜିଲାର ବିଭିନ୍ନ ଥାନା ଅଂଚଳରେ ଅରାଜକତା ବଢିଯାଇଛି । ରାଜପଥରୁ ବନ୍ଧୁକ ମୁନରେ ଲୁଟପାଟ ଭଳି ଘଟଣାମାନ ବଢିବାରେ ଲାଗିଛି । ଏପରି କି ପୁରା ଯାଜପୁରରେ ଆଇନଶୃଙ୍ଖଳା ପରିସ୍ଥିିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି । ଆଇନଶୃଙ୍ଖଳା ସଜାଡ଼ିବା ଦିଗରେ ଜିଲା ପୁଲିସ ସଂପୂର୍ଣ୍ଣ ବିଫଳ ହୋଇଛି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଦାବି କରିଛି ବିଜେଡ଼ି ।