ମା’ ଖମ୍ବେଶ୍ୱରୀଙ୍କ ଯାତ୍ରାଶେଷ
ଆସିକା : ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଶେଷ ହୋଇଛି । ଅସ୍ଥାୟୀ ମଣ୍ଡପରୁ ମା’ ଯାତ୍ରା ଶେଷ କରି ଗମ୍ଭୀରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ୨୨ଦିନ ଧରି ଚାଲିଥିବା ଯାତ୍ରା ଅନୁଷ୍ଠିତ ହୋଇଥିଲା । ଇତି ମଧ୍ୟରେ ପ୍ରତ୍ୟକ ଦିନ ମା’ ନଗର ପରିକ୍ରମା କରି ଭକ୍ତଙ୍କ ଘର ଆଗରେ ଦର୍ଶନ ଦେଇ ଭୋଗ ଗ୍ରହଣ କରୁଥିଲେ । ଯାତ୍ରା ଶେଷ ଦିନ ଗ୍ରାମବାସୀ ମାନେ ହୋଲି ଖେଳି ବିଦାୟ ଦେଇଥିଲେ । ମା’ଙ୍କ ଫେରିବା ବାଟରେ ଭକ୍ତମାନେ ଭୋଗ ପୂଜା କରିଥିଲେ । ଠାକୁରାଣୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ସଂସ୍କାର ବିଧି ସାଙ୍ଗକୁ ମହାସ୍ନାନ ପରେ ଭୋଗ ରାଗ, ପଞ୍ଚାମୃତ ଅର୍ପଣ କରି ବିଶ୍ରାମ ଦିଆଯାଇଥିଲା ।