ରାମନବମୀ ପାଳନ ପାଇଁ ପ୍ରସ୍ତୁତି

 ବୈଶିଙ୍ଗା : ପବିତ୍ର ରାମ ନବମୀ ପାଳନ ନେଇ ବୈଶିଙ୍ଗା ସ୍ଥିତ ହନୁମାନ ବାଟିକା ଠାରେ ରାମ ନବମୀ ପାଳନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର କୁମାର ବିନ୍ଧାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଡା.ରବିନ କୁମାର ପଣ୍ଡା ସଭାପତିତ୍ୱ କରି ରାମ ନବମୀ ପାଳନ ପାଇଁ ସଦସ୍ୟମାନେ ଗୁରୁତ୍ୱ ଦେବାକୁ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନ ପରିଡା, ଶରତ ମହାନ୍ତ, ଅଜିତ ସେନାପତି, ଗୋବିନ୍ଦ ମହାନ୍ତ, ବିଶ୍ୱମ୍ବର ରାଉତ, ଶୈଳେନ୍ଦ୍ର କୁମାର ପଣ୍ଡା, ସଞ୍ଜୟ କୁମାର ମିଶ୍ର, ସୀତାନାଥ ବେରେରା, ଶିରିଶ ସିଂ, ଜନ୍ମେଜୟ ଭଟ୍ଟ, ପଙ୍କଜ ପଣ୍ଡା, ବାପି ସିଂହ, ସତ୍ୟପ୍ରକାଶ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ସତ୍ୟଜିତ ରାଉତ, ଜୟନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ରାମ ନବମୀ ଦିନ ସକାଳ ୭ ଘଟିକାରେ ସମୂହ ହନୁମାନ ଚାଳିଶା ପାଠ ପରେ ୮ ଘଟିକାରେ ଏକ ବାଇକ ରାଲି ବିଭିନ୍ନ ରାସ୍ତାରେ ପରିକ୍ରମା କରି ବଙ୍ଗାଳିତାହି ଠାରେ ପ୍ରସାଦ ସେବନ ପରେ ରାଲି ଶେଷ ହେବାର ସୂଚନା ଦିଆଯାଇଛି ।