ଡ୍ରେନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ରାଜନଗରବାସୀ
ରାଜନଗର : ରାଜନଗର ବ୍ଲକ ସଦର ମହକୁମାସ୍ଥିତ ରାଜନଗର ଗ୍ରାମର ୧୧ନମ୍ବର ୱାର୍ଡ ବାସିନ୍ଦା ଡ୍ରେନରେ ଜଳ ନିଷ୍କାସନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ସେହି ୱାର୍ଡରେ ଜଳ ନିଷ୍କାସନ ସେମାନେ ଦୁର୍ଦ୍ଦଶା ଭୋଗି ଆସୁଛନ୍ତି । ରାଜନଗର ହଂସୁଆ ସେତୁଠାରୁ ବାଇପାସ ରାସ୍ତାକୁ ଲାଗି ରହିଥିବା ଏହି ୱାର୍ଡର ଉଦ୍ବୃତ ବର୍ଷାଜଳ ନିଷ୍କାସନ ନିମନ୍ତେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ୫ବର୍ଷ ପୂର୍ବେ ପୂର୍ତ ବିଭାଗ ସହାୟତାରେ ସ୍ୱର୍ଗତ ରମେଶ ରାଉତରାୟଙ୍କ ଘର ନିକଟରୁ ଏହି ଡ୍ରେନ ଆରମ୍ଭ ହୋଇ ବାଇପାସ ରାସ୍ତା ନିକଟରେ ଆସି ପ୍ରାଣୀ ଚିକିସôା କେନ୍ଦ୍ର ଓ ସଂସ୍କୃତ ମହାବିଦ୍ୟାଳୟ ପାଶ୍ୱର୍ରେ ହଂସୁଆ ନଦୀକୁ ସଂଯୋଗ କରାଯାଇଥିଲା । ଏଥିରେ ବୈ÷ଷୟିକ ତୃଟି ଥିବାରୁ ଉଦ୍ବୃତ ବର୍ଷାଜଳ ନିଷ୍କାସିତ ହୋ ଇନପାରି ଏହି ୱାର୍ଡର ଅନେକ ଲୋକଙ୍କ ଘରେ ପୂର୍ବରୁ ବର୍ଷାଜଳ ଜମି ରହୁଥିଲା । ଚଳିତ ବର୍ଷ ବର୍ଷାଦିନ ଏହି ୱାର୍ଡର ଭବାନୀ ମହାପାତ୍ର, ରାମଚନ୍ଦ୍ର ସାହୁ, ଦୀପକକୁମାର ଦାସ, ଅଜୟ ଦାସ, ପୂର୍ଣ୍ଣଚନ୍ଦ୍ର ବାରିକ ବୁଦ୍ଧଦେବ ସାହୁ, ହରେକୃଷ୍ଣ ଦାସ, ରାଜକିଶୋର ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।