ସରିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେଲା କସରତ ତାଳଚେରରୁ ଅକ୍ଷୟ ମହାରଣା 

ସରିଲା ପ୍ରାର୍ଥୀ ଘୋଷଣା, ଆରମ୍ଭ ହେଲା କସରତ ତାଳଚେରରୁ ଅକ୍ଷୟ ମହାରଣା 


ବହୁ ପୂର୍ବରୁ ବିଜେପିର ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ପ୍ରାର୍ଥି ରୁଦ୍ରନାରାୟଣ ପାଣି ଓ ତାଳଚେର ବିଧାନସଭା କ୍ଷେତ୍ରର କାଳନ୍ଦୀ ସାମଲଙ୍କ ନାମ ଘୋଷଣା ପରେ ବିଜେଡ଼ି ପକ୍ଷରୁ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ପ୍ରାର୍ଥି ଅବିନାଶ ସାମଲ ଓ ତାଳଚେର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥି ବ୍ରଜ ପ୍ରଧାନଙ୍କ ନାମ ଘୋଷଣା ହେବାପରେ ତାଳଚେର ରାଜନୀତିରେ କିଛି ମାତ୍ରାରେ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଥିଲା । ଏହାପରେ କଂଗ୍ରେସ୍ ପକ୍ଷରୁ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥିନୀ ଭାବେ ସସ୍ମିତା ବେହେରା ଓ ତାଳଚେର ବିଧାନସଭା କ୍ଷେତ୍ରର ପ୍ରାର୍ଥି ଭାବେ ପ୍ରଫୁଲ ଚନ୍ଦ୍ର ଦାସଙ୍କୁ ଦଳପକ୍ଷରୁ ଘୋଷଣା କରାଯିବାପରେ ଏବେ ତିନିଦଳ ମଧ୍ୟରେ କସରତ ଆରମ୍ଭ ହୋଇଗଲାଣି । ସବୁ ଦଳର ପ୍ରାର୍ଥି ପ୍ରାର୍ଥିନୀମାନେ ମା’ହିଙ୍ଗୁଳା ଦର୍ଶନ ପରେ ବିଭିନ୍ନ ଦେବାଳୟ ସ୍ଥାନ ଗୁଡ଼ିକୁ ଯାଇ ଆଶିର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ସୁପୁତ୍ରୀ କଂଗ୍ରେସ ପକ୍ଷରୁ ନୂତନଭାବେ ଢ଼େଙ୍କାନାଳ ସାଂସଦ ପ୍ରାର୍ଥିନୀ ନିର୍ବାଚନକୁ ଓହ୍ଲାଇଛନ୍ତି । ଏବଂ ପୂର୍ବରୁ ସେ ତାଳଚେର ବ୍ଲକ ଅଧ୍ୟକ୍ଷା ପରେ ଅନୁଗୋଳ ଜିଲ୍ଳାପରିଷଦ ଅଧ୍ୟକ୍ଷା ଭାବେ ରହି ରାଜନ÷ତିକ ଅଭିଜ୍ଞତା ହାସଲ କରିଥିଲେ । ସେହିପରି ତାଳଚେର ବିଧାନସଭା କ୍ଷେତ୍ରର ପ୍ରଫୁଲ ଦାସ ନୂତନଭାବେ ନିର୍ବାଚନକୁ ଏଥର ଓହ୍ଲାଛଇଛନ୍ତି । ଏବଂ ସେ ପୂର୍ବରୁ ତାଳଚେରର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିପରି ବିଜେଡ଼ି ପକ୍ଷରୁ ନୂତନଭାବେ ଏଥର ଢ଼େଙ୍କାନାଳ ବିଧାନସଭା କ୍ଷେତ୍ରର ବିଧାୟକ ନିଧି ସାମଲଙ୍କ ପୁତୁରା ଉଦ୍ୟୋଗ ପତିରୁ ସିଧାସଳଖ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ସେହିଭଳି ତାଳଚେର ତିନିଥର ବିଧାୟକ ଭାବେ ରହି ବ୍ରଜ ନିଜର ପରିଚୟ ସୃଷ୍ଟି କରିପାରି ଏଥର ମଧ୍ୟ ନିର୍ବାଚନକୁ ଓହ୍ଲାଇଛନ୍ତି । ସେହିଭଳି ବିଜେପିର ରୁଦ୍ରନାରାୟଣ ପାଣି ରାଜ୍ୟ ସଭା ସାଂସଦ ଭାବେ ରହି ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ରୁଦ୍ରନାରାୟଣ ପାଣି ତିନଥର ଢ଼େଙ୍କାନାଳ.ଲୋକସଭା କ୍ଷେତ୍ରରୁ ପ୍ରାର୍ଥି ହୋଇଥିଲେ ମଧ୍ୟ ୩ଥର ପରାଜୟ ବରଣ କରିଥିଲେ । ସେହିଭଳି ବିଧାନସଭା କ୍ଷେତ୍ରର ପ୍ରାର୍ଥି କାଳନ୍ଦୀ ସମାଲ ପୂର୍ବରୁ ୩ଥର ବିଜେପି ପକ୍ଷରୁ ତାଳଚେର ବିଧାନସଭା ପ୍ରାର୍ଥି ହୋଇଥିଲେ ମଧ୍ୟ ବିଜୟୀ ହୋଇ ପାରିନଥିଲେ । ତେବେ ଚଳିତ ନିର୍ବାଚନ ୩ଦଳର ପ୍ରର୍ଥିୀ ଘୋଷଣା ହେବାପରେ ତାଳଚେର ଅଞ୍ଚଳରେ ଭିନ୍ନ ଭିନ୍ନ ଦଳ କର୍ମୀମାନଙ୍କ ମଧ୍ୟରେ ଉକ୍ରଣ୍ଠା ଓ ଉତ୍ସାହ ପ୍ରକାଶ ପାଇଛି । ୨୦୨୪ ନିବାଚନରେ ଏଥର ତ୍ରୀମୁଖୀ ଲଢ଼େଇ ହେବ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପରେ ।