ବିଜେପିର ତାତ୍ସଲ୍ୟକୁ ବିଜେଡିର କାଉଣ୍ଟର
ଜାାଦାନଗଦୀ: ଚଳିତ ମାସ ୬ତାରିଖ ସୁକିନ୍ଦା ବିଜେଡ଼ି କଳାଦିବସ ପାଳନ କରିବାକୁ ଘୋଷଣା କରିବାପରେ ବିଜେପି ତାହାକୁ ତାସôଲ୍ୟ କରିଥିଲା । ସୁକିନ୍ଦାକୁ ୩୫ବର୍ଷ ଧରି ଶାସନ କରିଥିବା ଘଡ଼ାଇ ପିତାପୁତ୍ରକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ପୁରା ଧୋଇଥିଲା । ତେବେ ଆଜି ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପିକୁ କାଉଣ୍ଟର କରାଯାଇଛି । ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଂଜନ ବରାଳ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ, ସ୍ମୃତିରାଣି ରାଉତ, ସୁଚିତ୍ରା ବିଶ୍ୱାଳ, ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ଦାନଗଦୀ ବ୍ଲକ ବିଜେଡି ସଭାପତି ସୁରେଶ କୁମାର ଦାସ, ସୁକିନ୍ଦା ବିଜେଡି ମୁଖପାତ୍ର ଦେବୀ ପ୍ରସାଦ ମହାନ୍ତି, ବରିଷ୍ଠ ନେତା ଲୋକନାଥ ଧୀର, ପ୍ରଦୀପ କୁମାର ମହାନ୍ତି, ଜୟ ପ୍ରକାଶ ସାହୁ, ନିମେଳେନ୍ଦୁ ବେହୁରା, ଲକ୍ଷ୍ମୀଧର ବେହେରା ଓ ଭାଗୀରଥୀ ଜେନା କହିଥିଲେ କି ସୁକିନ୍ଦାରେ ପ୍ରଫୁଲ୍ଲ ଘଡ଼ାଇଙ୍କ ସହ ରହି କୋଟି ପତି ହୋଇଥିବା ନେତା ଆଜି ବିଜେପିର ଆଗ ଧାଡିର ନେତା ବୋଲାଛନ୍ତି । ପ୍ରୀତିରଞ୍ଜନ ଓ ପ୍ରଫୁଲ୍ଲଙ୍କପାଇଁ ମଣିଷ ହୋଇଥିବା ଲୋକ ଆଜି ତାଙ୍କୁ ନିନ୍ଦା କରୁଛନ୍ତି । ସେମାନେ ସ୍ୱାର୍ଥ ପାଇଁ କିଛି ବି କରିଦେଇ ପାରନ୍ତି ବୋଲି ସାମ୍ବାଦିକ ସମ୍ବିଳନୀରେ କହିଥିଲେ ବିଜେଡ଼ି ନେତା । କହିଥିଲେ କି ସୁକିନ୍ଦାରେ ନିରୀହ ଶ୍ରମିକ, ମହିଳା, ସାଧାରଣ ଲୋକଙ୍କ ମାଡ଼ ମାରି ଅତ୍ୟାଚାର କରିଚାଲିଛନ୍ତି । ସୁକିନ୍ଦାରେ ନିର୍ବାଚନ ପୂର୍ବରୁ ପରିବାର ବାଦକୁ ଅଙ୍ଗୁଳି ଦେଖାଉଥିବା ନେତା ଆଜି ନିଜ ପୁଅ, ଭାଇ ମାନଙ୍କୁ ଲଗାଇ ରାଜନୀତି କରି ଖଣି ଶିଳ୍ପରୁ ଚାନ୍ଦା ଆଦାୟ କରିବା କଣ ଦୋ ମୁହାଁ କଥା ନୁହଁକି ବୋଲି ପ୍ରଶ୍ନ କରିଛନ୍ତି,ା ଡବଲ ଇଞ୍ଜିନ୍ ସରକାର ଗଠନ ହେବା ପରଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଅଶାନ୍ତ ହେବାରେ ଦିନକୁ ଦିନବୃଦ୍ଧି ଘଟୁଛି । ଶ୍ରମିକ ମାନଙ୍କୁ ଛଟେଇର ଭୟ ଦେଖାଇ ନିଜ ଦଳରେ ମିଶାଇବା ପାଇଁ ଧମକ ଦିଆଯାଉଛି ।