ଦୁର୍ଘଟଣାରେ ଯୁବକ ମୃତ; ଜଣେ ଗୁରୁତର
ରଗଡ଼ି : ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ସୋମବାର ରାତିରେ ଘଟିଥିବା ଦୁର୍ଘଟଣା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ଶ୍ରୀକାନ୍ତ (୨୯)ଙ୍କ ମୃତୁ୍ୟ ଘଟିଛି । ଖବର ମତେ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ଛକ ନିକଟ ଏକ ହୋଟେଲ ସାମ୍ନାରେ ଥିବା କାଟେଣୀରେ ସୋମବାର ରାତି ସାଢେ ୯ଟା ସମୟରେ ବାଇକରେ ଆସୁଥିବା ବେଳେ ଶ୍ରୀକାନ୍ତ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିହୋଇ ଯାଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ରୋଡ ମେଡ଼ିକାଲରେ ଭର୍ତି କରାଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ସେ କେନ୍ଦୁଝର ମୁକୁନ୍ଦପୁରପାଟଣାରୁ ଘରକୁ ଫେରୁଥିଲେ । ଖବର ପାଇ କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀକୁ ପଠାଇଥିଲା । ମଙ୍ଗବାର ଅସନଝର ଓ ରଘୁପୁର ଗ୍ରାମ ମଝିରେ ଥିବା ଏକ ପୋଖରୀ ନିକଟରେ ବାଇକରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯିବା ଫଳରେ ସ୍ଥାନୀୟ ରଣପୁର ଅଞ୍ଚଳ ଜଣେ ଯୁବକ ଗୁରୁତର ହୋଇଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
