ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟ
ବିଞ୍ଝାରପୁର: ଏହି ବ୍ଲକ ଗୁହାଳୀ ଗ୍ରାମର କେଦାରନାଥ ଶର୍ମାଙ୍କ ପୁଅ ଚନ୍ଦନ (୨୬)ଙ୍କ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ଘଟିଛି । ଚନ୍ଦନ ଗତକାଲି କେଉଁଝର ଠାରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଗ୍ରସ୍ତ ହେବା ପରେ ତାଙ୍କୁ ସମ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିନ୍ତୁ ଅପରାହ୍ନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚନ୍ଦନ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ଚନ୍ଦନଙ୍କ ଅକାଳ ବିୟୋଗ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଚନ୍ଦନଙ୍କ ବିୟୋଗରେ ବରିଷ୍ଠ ରାଜନେତା ଚନ୍ଦ୍ରଶେଖର ଧଳ, ଅମିୟ କୁମାର ଧଳ, ଶୁଭ୍ରାଂଶୁ ଶେଖର ମହଲ, ବିଜେପି ନେତ୍ରୀ ବବିତା ମଲିକ, ନିରଞ୍ଜନ ବେହୁରିଆ କଂଗ୍ରେସ ବ୍ଲକ୍ ଉପସଭାପତି ହିମାଂଶୁ ଶେଖର ମହଲଙ୍କ ସମେତ ମା ଦୁର୍ଗା କ୍ରିକେଟ ଟିମ୍ର ସଦସ୍ୟ ଶୋକ ପ୍ରକାଶ କରିଛନ୍ତି ।