କୋରେଇ ବିଜେପିର ମିଶ୍ରଣ ପର୍ବ

 କୁଆଖିଆ : ଶନିବାର କୁଆଖିଆ ଠାରେ କୋରେଇ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ୍ର ନରସିଂହପୁର ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳର ଆଗ ଧାଡିର ଶତାଧିକ କର୍ମୀ ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିଲେ । 
ଏହି ପରିପ୍ରେକ୍ଷୀରେ ପଞ୍ଚାୟତରୁ ଆସିଥିବା ସମସ୍ତ କର୍ମୀ ଓ ୱାଡ୍ ସଭ୍ୟଙ୍କୁ ବିଧାୟକ ଆକାଶ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତ୍ତରୀୟ ପକାଇ ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ନରସିଂହପୁର ପଞ୍ଚାୟତରେ ବିଜେପି ସ୍ଥିତି ସୁଦୃଢ ହେବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିନ୍ତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମିଶ୍ରଣ ପର୍ବରେ ନରସିଂହପୁର ପଞ୍ଚାୟତର ବରିଷ୍ଠ ନେତା ସୁବାସ ନାୟକଙ୍କ ନେତୃତ୍ୱରେ ନଣ୍ଡା ମଲ୍ଲିକ, ୱାର୍ଡସଭ୍ୟ, ଚନ୍ଦନ ରଣା, ବାସନ୍ତୀ ସାହୁ, ଲକ୍ଷ୍ମୀଧର ଦାସ, ପୂର୍ବତନ ସୋସାଇଟି ସଭାପତି ନିଳୋତ୍ପଳା ଦାସ, ବିଜେଡି ମହିଳା ସଭାପତି ଗାୟତ୍ରୀ ସାହୁ, ସନ୍ତୋଷିନୀ ରାଉତ, ମଦନ ରାଉତ, ବିଜୟ ମହାନ୍ତି ବିଜେପିରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ହିଙ୍ଗୁଳା ମଣ୍ଡଳ ସଭାପତି ବିନୋଦ ମହାରଣା ସଭାପତିତ୍ୱ କରିଥିବା ବେଳେ କାଳନ୍ଦୀ କଣ୍ଠ ମଞ୍ଚ ପରିଚାଳନା କରିଥିଲେ । ମିଶ୍ରଣ ପର୍ବରେ ପ୍ରହଲ୍ଲାଦ ପଣ୍ଡା, ଜିଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ସମାଜସେବୀ ଗୋପୀନାଥ ପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଶିଭୂଷଣ ସାହୁ, ସମିତି ସଭ୍ୟ ନରୋତମ ସାହୁ, ଯୁବନେତା ଦୁଷ୍ମନ୍ତ କୁମାର ମଲ୍ଲିକ, ରଞ୍ଜନ ଦେଓ, ଅଦୈତ ରାଉତ, ପୂର୍ବତନ ସରପଞ୍ଚ ଅତୁଲ୍ୟ ପ୍ରଧାନ, ସୁବାସ ନାୟକ, ବିନୋଦ ମହାରଣା, ଭାଗିରଥୀ ରଥ ପ୍ରମୁଖ ବିଜେପି ମିଡ଼ିଆ ସେଲ୍ର ଅଧ୍ୟକ୍ଷ ପଦ୍ମଲୋଚନ ନାୟକଙ୍କ ସମେତ ବହୁ ନେତୃତ୍ୱ ଯୋଗ ଦେଇଥିଲେ ।