ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା ଚୟନ
ଧର୍ମଶାଳା : ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମକର୍ତା ଚୟନରେ ଅନୁଷ୍ଟାନର ସଦସ୍ୟ ଉପସ୍ଥିତ ରହି କର୍ମକର୍ତା ଚୟନ କରିଥିଲେ । ସର୍ବସମ୍ମତି କ୍ରମେ ସଭାପତି ଭାବେ ରମାକାନ୍ତ ଜେନା ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଡ.ରୁଦ୍ରନାରାୟଣ ପୃଷ୍ଟି, ଉପସଭାପତି ଭାବେ ସଂଗ୍ରାମ ଜେନା ଓ ହୃଷୀକେଶ ସାମଲ, ସାଧାରଣ ସମ୍ପାଦକ ଭାବେ ଡକ୍ଟର ଇନ୍ଦୁପ୍ରଭା ସାମଲ, ସଂଗଠନ ସଂପାଦକ ଭାବେ ପ୍ରତାପରୁଦ୍ର ପଣ୍ଡା, ସହ ସମ୍ପାଦକ ଭାବେ ଗଣେଶ୍ୱର ବେହେରା ଓ କୋଷାଧ୍ୟକ୍ଷ ଭାବେ ଦୀନବନ୍ଧୁ କର ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବଟକୃଷ୍ଣ ପରିଡ଼ା, ଡ.ରବୀନ୍ଦ୍ର ବିହାରୀ, ସୁନାକର ସାହୁ, ବ୍ରଜକିଶୋର ଦାଶ, ବିବେକାନନ୍ଦ ରାୟ, ଦୟାନିଧି ନାୟକ, ଅଜୟ ବଳ, ରଂଜିତା ବାରିକ, ପ୍ରଦୀପ ସାମଲ, ପ୍ରହଲାଦ ପଣ୍ଡା, ସନ୍ତୋଷ ତରାଇ ଓ ଗାୟତ୍ରୀ ନାୟକଙ୍କୁ ମନୋନୀତ କରାଯାଇଛି । ପୂର୍ବତନ ସଂପାଦକ ମହେଶ୍ୱର ପାଢ଼ୀ ଓ ପୂର୍ବତନ ଉପସଭାପତି ଡକ୍ଟର ତୁହିନାଂଶୁ ରଥ, ପଣ୍ଡିତ ବ୍ରଜକିଶୋର ଦାଶ କର୍ମକର୍ତାଙ୍କୁ ଶପଥପାଠ କରାଇଥିଲେ ।