ଖଣି ବିଭାଗର ମାପଚୁପ ପ୍ରହସନ: କ୍ରସରରେ ଗଚ୍ଛିତ ବେଆଇନ କଳାପଥର

ାା ପ୍ରଭାନୁ୍ୟଜ ।ା କବାଟବନ୍ଧ : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶପରେ ଖଣି ବିଭାଗ ପକ୍ଷରୁ ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ କ୍ରସର ୟୁନିଟ୍ରେ ମାପଚୁପ କରାଯାଇଥିଲା । ହେଲେ ଖଣି ବିଭାଗ କରିଥିବା ମାପଚୁପ ପ୍ରହସନ ବୋଲି ବାଟେଘାଟେ ଆଲୋଚନା ହେଉଛି । ଖଣି ବିଭାଗ ତହସିଲ ଅଧିନରେ ଆରୁହା, ମାଣ୍ଡିଆଗଡା, ଡଙ୍କାରୀ, ବାଜବାଟୀ, ରାହାଡ଼ପୁର, ଚଡେଇଧରା, ବାଲିସାହି, ଚକ୍ରଧରପୁର, କୁସୁନପୁର, ବିଛାଖଣ୍ଡି ଅଂଚଳରେ ଅନେକ କ୍ରସର ଆଇନର ସୀମାଭିତରେ ରହି କାର୍ଯ୍ୟ କରୁଛନ୍ତି । ଅନେକ କ୍ରସର ବେଆଇନ ଭାବରେ ପ୍ରଶାସନ ସହିତ ମଧୁର ସମ୍ପର୍କ ରଖି କ୍ରସର ୟୁନିଟ ଚଳାଉଛନ୍ତି । ବିଜେଡ଼ି ସରକାର ପତନ ପରେ ରାଜ୍ୟରେ ମୋହନ ସରକାରର ରାଜ୍ୟ ଚାଲିଛି । 
ସରକାର ନୂଆକୁ ଧର୍ମଶାଳାର ବିଧାୟକ ବି ନୂଆ । ଧର୍ମଶାଳା ତହସିଲ ଅଧୀନରେ ଅନେକ ବେଆଇନ ଖଣି ଓ କ୍ରସରରୁ ପୂର୍ବ ସରକାର ସମୟରେ ଚାନ୍ଦା ଆଦାୟ ହୋଇ ନିର୍ବାଚନରେ ଖର୍ଚ୍ଚ ହେଉଥିଲା ବୋଲି ବିରୋଧୀ ଅଭିଯୋଗ କରିଆସୁଥିଲା । ବିଜେପି ସରକାର ଆସିବା ଏବଂ ଧର୍ମଶାଳା ନିର୍ବାଚନରେ ପଟ ପରିବର୍ତ୍ତନ ପରେ ବିଧାୟକ ଶ୍ରୀ ସାହୁ ଧର୍ମଶାଳାରେ ଚାଲୁଥିବା ବେଆଇନ କଳାପଥର, ଗୋଡି, ବାଲି ଲୁଟ ଏବଂ ଗଛିତ କଳାପଥର ଉପରେ ଲଘୁ ଖଣି ବିଭାଗକୁ କିଛି ଦିନ ପୂର୍ବରୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ କରିଥିଲେ । ବିଧାୟକଙ୍କ ଚିଠିକୁ ଖଣିବିଭାଗ ଗମ୍ଭୀରତା ର ସହିତ ନେଇ ବିଭିନ୍ନ ମୌଜାର କ୍ରସର ମାନଙ୍କ ଉପରେ ଚଢ଼ାଉ କରି ମାପଚୁପ ଆରମ୍ଭ କରିଥିଲା ।

 ମାପଚୁପ କେବଳ ପ୍ରହସନରେ ପରିଣତ ହୋଇଛି । କିଛି ଲାଞ୍ଚୁଆ କର୍ମଚାରୀଙ୍କ ପାଇଁ ବିଭାଗ ବଦନାମ ହେଉଛି । କ୍ରସର ବ୍ୟବସାୟୀ ମାନଙ୍କ ସହିତ ଲଘୁ ଖଣି କର୍ମଚାରୀଙ୍କ ସହିତ ଭିତିରି ବୁଝାମଣାରେ କ୍ରସର ଚାଲିଛି ବୋଲି ଅଭିଯୋଗ ହୋଇଆସୁଛି । ରାଜସ୍ୱ ବିଭାଗ ଠାରୁ ଲଘୁ ଖଣି ବିଭାଗ ହାତକୁ ଚାଲିଗଲା ପରେ ଲଘୁ ଖଣିଜ ପଦାର୍ଥ ଲୁଟର ମାତ୍ର ଧର୍ମଶାଳା ତହସିଲ ଅଞ୍ଚଳରେ ବଢିଚାଲିଛି । କ୍ରସର ମାଙ୍କରେ ପରିବେଶ ଅନୁମତି, ଟ୍ରାଞ୍ଜଟିପାସ, ବିକ୍ରି ରସିଦ ଇତ୍ୟାଦି ଯାଞ୍ଚ ହୋଇଥାଏ ସତ କିଏ କେତେ ପରିମାଣର କଳାପଥର ଗଛିତ ରଖିଥାନ୍ତି ତାହା ସାର୍ବଜନୀନ କରାଯାଇନଥାଏ । ଏହି କାରଣରୁ ଭେଳିକି ପାଲଟିଥିବା ଅଭିଯୋଗ ହୋଇଆସୁଥିବା ବେଳେ ସରକାର ରାଜସ୍ୱ ନାମକୁ ପାଇଥାନ୍ତି । ଏହିଅଞ୍ଚଳ ମାନଙ୍କରେ ଯେତିକି ଖଣି ସରକାରୀ ଅନୁମତି ଦିଆଯାଇନାହିଁ ତାହା ଠାରୁ ଢେରଗୁଣା କଳାପଥର କ୍ରସର ମାନଙ୍କରେ ଗଛିତ ରହିଥିବା ଅଭିଯୋଗ ହୋଇଛି । ମାପଚୁପ ହୋଇଛି ହେଲେ କେଉଁ କ୍ରସର ଉପରେ କେତେ ଜରିମାନା ହୋଇଛି ସାର୍ବଜନୀନ କରାଯାଉନାହିଁ କି କ୍ରସର ମାନଙ୍କୁ ନୋଟିସ କରାଯାଉ ନାହିଁ । କ୍ରସର ପଦୂଷଣରେ ଅଞ୍ଚଳବାସୀ ଅଣନିଶ୍ୱାସୀ ହେଉଛନ୍ତି । ହେଲେ ପ୍ରଶାସନର କୋହଳ ମନଭାବ ପାଇଁ କାର୍ଯ୍ୟାନୁଷ୍ଠାନ ହେଉନି । ଧର୍ମଶାଳା ତହସିଲ ଅଂଚଳରେ ନାମକୁ କେତେ ଗୋଟି ହାତଗଣତି ଖଣି ଚାଲୁଛି ସତ କିନ୍ତୁ ମେଗା କ୍ରସର ମାଙ୍କରେ କୁତ୍ରିମ ପାହାଡ଼ ଭଳି କଳାପଥର ଗଛିତ ରଖିଥିବା ଦେଖିବାକୁ ମିଳୁଛି । କ୍ରସର ବ୍ୟବସାୟୀ ନିଜ କ୍ରସର ପରିସୀମା ଭିତରେ ଯେତିକି ପଥର ରଖିଥିଲେ ତାହା ଠାରୁ ଅଧିକ ଅନାବାଦୀ, ଗୋଚର, ଜଙ୍ଗଲ କିସମ ଜାଗାରେ ଡଷ୍ଟ ପୋତି ରଖିଥିଲେ ତାହାକୁ କ୍ରସର ବ୍ୟବସାୟୀ ମାନେ ଚୁରି ଚଢା ଦରରେ ବିକ୍ରି କରି ବେଶ ଲାଭବାନ ହେବାସହିତ ରାଜସ୍ୱ ହରାଉଛନ୍ତି ସରକାର । କ୍ରସର ପରିସୀମା ଭିତରେ କଳାପଥର ମାପଚୁପ କରିଥିବା ବେଳେ କ୍ରସର ବାହାରେ ଥିବା କଳାପଥରର ମାପଚୁପ କରାଯାଇନଥିବା ଅଭିଯୋଗ ହୋଇଛି । ପୂର୍ବରୁ ଅନେକ ସମୟରେ ବେଆଇନ କ୍ରସର ଉପରେ ଚଢ଼ାଉ କରି ଅନେକ କ୍ରସର ହବକୁ ଭାଙ୍ଗିଦିଆଯାଇଥିଲା । କ୍ରସର ୟୁନିଟକୁ ସିଲ କରାଯାଇଥିଲା । କିନ୍ତୁ ଏବେ ବେଆଇନ ଗଛିତ କଳାପଥର ରହିଥିବା କ୍ରସର ଉପରେ ଲଘୁ ଖଣି ବିଭାଗର ଏତେ ଅନୁକମ୍ପା କାହିଁକି? କିଛି କ୍ରସର ବ୍ୟବସାୟୀ ଆମର ହଜାର ହଜାର ଟ୍ରିପ ବେଆଇନ କଳାପଥର ଉପରେ ଖଣି ବିଭାଗ ମାତ୍ର ୨୦ରୁ ୫୦ହଜାର ଟଙ୍କା ଜରୀମାନା ହେବ ବୋଲି କହି ବୁଲୁଛନ୍ତି । ତୁରନ୍ତ ଯାଜପୁର ଜିଲାପାଳ ଏଦିଗରେ ଦୁଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।