ନୂତନ ଆରଆଇ କାର୍ଯ୍ୟାଳୟ ଉଦଘାଟିତ
ାା ପ୍ରଭାନୁ୍ୟଜ ।ା ବିଞ୍ଝାରପୁର, : ବିଞ୍ଝାରପୁର ତହସିଲ ସୟଦପୁର ଅଞ୍ଚଳର ଜନସାଧାରଣଙ୍କ ବହୁ ପ୍ରତୀକ୍ଷାର ଅନ୍ତଘଟିଛି । ସୟଦପୁର ଦୀର୍ଘଦିନର ଦାବି ରହିଥିବା ଆରଆଇ କାର୍ଯ୍ୟାଳୟ ଖୋଲିବାକୁ କରିଥିବା ନିଦେ୍ର୍ଦଶନାମା ଶନିବାର କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳିଛି । ସୟଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକ ଏବଂ ବିଞ୍ଝାରପୁର ପଞ୍ଚାୟତ ସମିତି ଅଧକ୍ଷ ରଞ୍ଜିତା କୁମାରୀ ଦାସ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର କୈଳାଶ ଚନ୍ଦ୍ର ମହାଳିକ, ବ୍ଲକ ଉପାଧ୍ୟାକ୍ଷ ସେକ ଇର୍ସାଦ, ସ୍ଥାନୀୟ ସରପଞ୍ଚ ସେକ ଏମଡି ସବୀର, ସମାଜସେବି ଲାୟକ ଅଲି ଖାଁ, ମୋଜାହିଦ ଖାଁ, ସୁଖରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପ୍ରତି ନୂତନ ସୟଦପୁର ଆରଆଇ କାର୍ଯ୍ୟାଳୟ ଜନ ସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ଆଶା ବ୍ୟକ୍ତ କରାଜାଇଛି ।