କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଘଡ଼ାଇ: ନିର୍ଦ୍ଧାରିତ ସମୟରେ ସରୁ ଡୁବୁରୀ-ଚଣ୍ଡୀଖୋଲ ରାସ୍ତା
ଯାଜପୁର: ନିର୍ଦ୍ଦାରିତ ସମୟରେ ଡ଼ୁୁବୁରୀ-ଚଣ୍ଡିଖୋଲ ରାସ୍ତା କାର୍ଯ୍ୟ ସାରିବାକୁ ପୁଣି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ । ଯାଜପୁର ଜିଲା ୫୩ ନଂ ଜାତୀୟ ରାଜପଥର ୩୯.୪ କିଲୋମିଟର ଦୀର୍ଘ ଡୁବୁରୀ ଠାରୁ ଚଣ୍ଡୀଖୋଲ ରାସ୍ତାକୁ ୪ ଥାକିଆ ବିଶିଷ୍ଟ କରିବା ସହିତ ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ନିର୍ମାଣ ଏବଂ ୧୫ ଗୋଟି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଛି । ଏଥିପାଇଁ କେନ୍ଦ୍ର ଭୂପୃଷ୍ଠ ପରିବହନ ତଥା ଜାତୀୟରାଜପଥ ମନ୍ତ୍ରୀଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ ଏବଂ ବହୁବାର ଆନେ୍ଦାଳନ କରିବା ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ହୋଇଛି । ଫଳରେ ସାଧାରଣ ଜନତା, ଗାଡି ମାଲିକ, ଛାତ୍ରଛାତ୍ରୀ, କୃଷକ, ଶ୍ରମିକ ସମସ୍ତେ ଦୈନନ୍ଦିନ ଯିବା ଆସିବା କରିବାରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ।
ଦୈନନ୍ଦିନ ସଂପୃକ୍ତ ରାସ୍ତାରେ ଦୁର୍ଘଟଣା ମାନ ଘଟି ଅକାଳରେ ଲୋକ ମୃତୁ୍ୟ ମୁଖରେ ପଡୁଛନ୍ତି । ସଂସଦରେ ସାଂସଦ ଡ. ରବିନାରାୟଣ ବେହେରା, ଦେବାଶିଷ ସାମନ୍ତରାୟ ଏବଂ ମାନସ ରଞ୍ଜନ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ରାସ୍ତାର ୮୨ପ୍ରତିଶତ କାର୍ଯ୍ୟ ସରିଥିବା ବେଳେ ଆଗାମୀ ଫେବୃୟାରୀ ମାସ ଶେଷ ସୁ୍ଦ୍ଧା ୪ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ୧୬ ପ୍ରତିଶତ ସରିଥିବା ବେଳେ ଆଗାମୀ ୨୦୨୫ ଜୁନ ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ପ୍ରକୃତ ପକ୍ଷେ ଏହି ରାସ୍ତାର ପ୍ରାୟ ୫୦ଭାଗ କାର୍ଯ୍ୟ ଏବଂ ୧୫ଟି ଫ୍ଲାଏ ଓଭର କାମ ସରିବାକୁ ବାକିଅଛି । ତତ୍ସହିତ ବ୍ରାହ୍ମଣୀ ସେତୁର ୧ଭାଗ କାର୍ଯ୍ୟ ସରି ନଥିବା ବେଳେ, କିପରି ଏହା ନିର୍ଦ୍ଧରିତ ସମୟରେ ସରିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ତେଣୁ ବାଧ୍ୟହୋଇ ସଚେତନ ନାଗରିକ ମଞ୍ଚ, ଯାଜପୁର ପକ୍ଷରୁ ୭ ଦଫା ଦାବିକୁ ନେଇ ଡିସେମ୍ବର ମାସ ୯ ତାରିଖ ଦିନ ଏକ ପ୍ରତିବାଦ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଧର୍ମଶାଳା ଓ ସୁକିନ୍ଦାର ସ୍ଥନୀୟ ଜନତାଙ୍କ ସହତି ଛାତ୍ରଛାତ୍ରୀ, ଗାଡିଚାଳକ, ଗାଡି ମାଲିକ, କୃଷକ, ଶ୍ରମିକ, ଦୁର୍ଘଟଣାଦ୍ୱାରା ଅକାଳରେ ମୃତୁ୍ୟ ମୁଖରେ ପଡିଥିବା ପରିବାର ସଦସ୍ୟ ଏବଂ ବିଭିନ୍ନ ସଙ୍ଗଠନ ସାମିଲ ହୋଇଥିଲେ । ସର୍ବୋପରି ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ ଧାରଣା ସ୍ଥଳରେ ଉପସ୍ଥିତଥିଲେ । ଶେଷରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ରାଜ୍ୟମୁଖ୍ୟ ନିର୍ଦ୍ଦାରିତ ସମୟରେ ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହିପରିପ୍ରେକ୍ଷିରେ ନିର୍ଦ୍ଧାରିତ ସମୟରେ ଡୁବୁରୀ-ଚଣ୍ଡୀଖୋଲ ୪ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ, ୧୫ ଗୋଟି ଫ୍ଲାଏ ଓଭର ଏବଂ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସାରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଓଡିÿଶା ମୁଖ୍ୟଙ୍କୁ ନିଦେ୍ର୍ଦଶ ଦେବାପାଇଁ ପୂର୍ବତନ ମନ୍ତ୍ରୀ ତଥା ସଚେତନ ନାଗରୀକ ମଞ୍ଚର ମୁଖ୍ୟ ପରାମର୍ଶ ଦାତା ଡ. ଘଡାଇ ପତ୍ର ଲେଖି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି ।