କଷ୍ଟ ନକରେ ନଷ୍ଟ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କଷ୍ଟ କେମିତି ଜୀବନକୁ ନଷ୍ଟ କରେନି, ସେବାବଦରେ କିଛି କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଥରେ ଗୋଟିଏ କୃଷକ ଭଗବାନଙ୍କ ଉପରେ ବହୁ ଅଭିମାନ କରିଥିଲା । କେତେବେଳେ ବନ୍ୟା, ବାତ୍ୟା ତ କେତେବେଳେ ମରୁଡି ତା ଫସଲ ଉଜାଡି ଦେଉଥିଲେ । ସେଥିପାଇଁ ତାର ପ୍ରବଳ ଅଭିମାନ ଥିଲା ଭଗବାନଙ୍କ ଉପରେ ।
ଥରେ ସେ ବହୁତ ରାଗିଯାଇ ଭଗବାନଙ୍କୁ କହିଲା "ଦେଖନ୍ତୁ ପ୍ରଭୁ, ସବୁବେଳେ, ସବୁ ବର୍ଷ ମୋ ଫସଲ ଉଜାଡି ଦଉଛ । ମୋ ଉଜୁଡା କ୍ଷେତ ପାଇଁ ତମେ ହିଁ ନାଟର ଗୋବର୍ଦ୍ଧନ । ତମେ ମୋତେ ଥରେ ବରଦାନ ଦେଇ ମୋ ଇଚ୍ଛା ଅନୁସାରେ ପାଣିପାଗ କର, ଦେଖିବ ମୁଁ କିପରି ଫସଲ କରି ଅନ୍ନଭଣ୍ଡାର ପୂରଣ କରିଦେବି ।"
ଭଗବାନ ଅଦୃଶ୍ୟ ଭାବେ ବର ଦେଇ ପକେଇଲେ । "ତଥାସ୍ତୁ" ବୋଲି ତାକୁ ସ୍ୱପ୍ନାଦେଶ ହେଲା ।
ଏହା ଉତାରୁ ସିଏ ଆରମ୍ଭ କରିଦେଲା ଚାଷବାସ କାମ । ଯେତେବେଳ ଖରା ଚାହିଁଲା ସେତେବେଳେ ଖରା, ଯେତେବେଳେ ବର୍ଷା ଚାହିଁଲା ସେତେବେଳେ ବର୍ଷା କରାଇଲା । ଏଥର ଭଲ ଫସଲ ହେଲା ।
ଏଥିରେ ଖୁସି ହୋଇ ସେ ମନେ ମନେ ଭଗବାନଙ୍କୁ କହିଲା, ଭଗବାନ କୃଷକକୁ ଅଯଥାରେ ହଇରାଣ କରନ୍ତି । ଏଥର ଦେଖନ୍ତୁ ସିଏ କିମିତି ଫସଲ ହୁଏ ।
କିଛିଦିନ ଗଲା । କିଛିଦନ ପରେ ଫସଲ ଅମଳ ବେଳ ଆସିବାରୁ କୃଷକଟି କ୍ଷେତକୁ ଧାନ କାଟିବାକୁ ପହଞ୍ଚିଲା । ସେଠି ସେ ଯାହା ଦେଖିଲା ତାହା ତାର ଆଖିକୁ ବିଶ୍ୱାସ ଆସିଲାନି । କୌଣସି ଶସ୍ୟରେ ଦାନା ନଥିଲା । ସବୁତକ ଫମ୍ପା !
କୃଷକଟି ଭାଙ୍ଗି ପଡି ପୁଣି ଭଗବାନଙ୍କୁ ଡାକିଲା । "କହିଲା ଏ କ’ଣ କଲ ପ୍ରଭୁ? କେଡ? କଥା କଲ? ମୋର ପରିଶ୍ରମ ସବୁ ବୃଥା ଗଲା ।"
କୃଷକର ଡାକ ଶୁଣି ଭଗବାନ ଶୂନ୍ୟବାଣୀ କଲେ ଆଉ କହିଲେ, ଏମିତି ହିଁ ତ ହେବାର ଥିଲା । କାରଣ ତୁ ଧାନଗଛକୁ ଟିକେ ବି ସଂଘର୍ଷ କରିବାକୁ ଦେଲୁନି । ନା ଜୋର ଖରା, ନା ଜୋର ପାଣି । ନା ବାତ୍ୟା, ବନ୍ୟା ସହ ଲଢିବାର ଶକ୍ତି । ଫଳରେ ତାକୁ ଜୀବନର କୌଣସି ସଂଘର୍ଷର ବିଷୟରେ ଜଣା ପଡିଲାନି । ତେଣୁ ଶସ୍ୟ ସବୁ ପାକେଳେଇଲାନି । ଆରେ ବାତ୍ୟା, ବନ୍ୟା, ପାଣି, ପବନ, ପ୍ରତିକୂଳ ପରିସ୍ଥିତିରେ ସିନା ସତ୍ତା ନିଜକୁ ବଞ୍ଚାଇବାକୁ ସଂଘର୍ଷ କରେ । ଆଉ ସେହି ସଂଘର୍ଷ ବଳରେ ହିଁ ଜୀବନ ଆଣ୍ଟ ହୁଏ । ନହେଲେ କୁଆଡୁ ହବ?
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।