କୋରାପୁଟରେ ସୋନିଆ, ରାୟଗଡାରେ ରାହୁଲ

କୋରାପୁଟରେ ସୋନିଆ, ରାୟଗଡାରେ ରାହୁଲ


ଭୁବନେଶ୍ୱର : ଓଡ଼ିଶାରେ ନିର୍ବାଚନ ପ୍ର·ର ପାଇଁ ଆସିବେ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । ବିଶେଷ କରି କୋରାପୁଟ ଲୋକସଭା ନିର୍ବାଚନ ପାଇଁ ଉଭୟ ଆସିବେ । ଏନେଇ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ଆଜି କୋରାପୁଟ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା ।  ଏହାପରେ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ଷ୍ଟାର ପ୍ର·ରକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେ‡ୀ ଓଡ଼ିଶା ଗସ୍ତରେ ଆସିବେ ।
ମେ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ତେଣୁ କୋରାପୁଟ ଗସ୍ତରେ ଆସି ପ୍ର·ର କରିବେ ସୋନିଆ ଗାନ୍ଧି । ସେହିପରି ରାୟଗଡ଼ାରେ ପ୍ର·ର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେବନ୍ଥ ରେ‡ୀ ଗୁଣପୁର, ରାୟଗଡ଼ା, କୋରାପୁଟ ଓ ଜୟପୁରରେ ରୋଡ୍ ଶୋ କରି ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବେ । ମେ' ୧୩ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସମେତ ୨୮ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ ।