ଏଆଇଟିୟୁସିର  ପ୍ରତିଷ୍ଠା ଦିବସ ପାଳିତ

ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଅଲ୍ ଇଣ୍ଡିଆ ଟ୍ରେଡ଼୍ ୟୁନିୟନ୍ କଂଗ୍ରେସ୍ (ଏଆଇଟିୟୁସି)ର ୧୦୫ତମ ପ୍ରତିଷ୍ଠା ଦିବସ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଯାଇଛି । ରାଜ୍ୟ କମିଟିର ବରିଷ୍ଠ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ ଓ ସଭାରେ ଅଧ୍ୟକ୍ଷତା କରିଥିଲେ । ପରାଧିନ ଭାରତ ବର୍ଷରେ ଗତ ୧୯୨୦ ମସିହା ଆଜିର ଦିନରେ ଏଆଇଟିୟୁସି ପ୍ରତିଷ୍ଠା ପରେ ନିଜ ପେଟପାଟଣାର ଦାବିସହ ସ୍ୱାଧୀନତା ଆନେ୍ଦାଳନରେ ଶ୍ରମିକ ଶ୍ରେଣୀର ଗୌରବମୟ ସଂଗ୍ରାମର ଇତିହାସ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ ଉପସ୍ଥିତମାନଙ୍କୁ ଶୁଭେଚ୍ଛୁ ଓ ଅଭିନନ୍ଦନ ଜଣାଇଥିଲେ । ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଆଇନ ପରାମର୍ଶଦାତା ନିରଞ୍ଜନ ପରିଡ଼ା, ସହସଂପାଦକ ଶରତ ଚନ୍ଦ୍ର ଦଳାଇ, ବିଦୁ୍ୟତ୍ କର୍ମଚାରୀଙ୍କ ନେତା ଭରତ ଚନ୍ଦ୍ର ସେଠୀ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଶଶଧର ପରିଡ଼ା, ପଦ୍ମଲୋଚନ ଦତ୍ତ ଓ ଆଲୋକ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।