ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ରକ୍ତଦାନ
ବାଲେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ଶହେତମ ଜୟନ୍ତୀ ଉପଲକ୍ଷେ ଅଟଳ ଯୁବ ଶକ୍ତି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ରକ୍ତ ଭଣ୍ଡାରରେ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଉଦ୍ଘାଟକ ଭାବେ ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ବୁନ୍ଦାଏ ରକ୍ତି ବି ରୋଗୀକୁ ମୃତୁ୍ୟମୁଖରୁ ବଞ୍ଚାଇ ଦେଇପାରେ, ତେଣୁ ଏଭଳି ମହତ୍ କାର୍ଯ୍ୟରେ ସମସ୍ତେ ଆଗେଇ ଆସିବା ସହ ରକ୍ତଦାନରେ ସାମିଲ ହେବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ଗୋପୀନାଥ ପରିଡ଼ା, ରକ୍ତଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସଂଗଠନର ସଭାପତି ବିକାଶ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଠପୋଷକ ପର୍ଶୁରାମ ବେହେରା, ଜୋନାଲ ସଭାପତି ଧିରଜ ମହାନ୍ତି, ଜୋନାଲ ଉପସଭାପତି ମନୋରଞ୍ଜନ ନନ୍ଦି, ଉପସଭାପତି ଗଣେଶ ସେନ, ସାଧାରଣ ସମ୍ପାଦକ ମନ୍ମୟ ଦାସ, ସମ୍ପାଦକ ତଥା କୋଷାଧ୍ୟକ୍ଷ ପ୍ରହ୍ଲାଦ ଦାସ, ଯୁବ ସଭାପତି ସୌଭାଗ୍ୟ ମାନସ ନାୟକ, ଯୁବ ଉପସଭାପତି ମନୋଜ ପଣ୍ଡା, ମହିଳା ସଭାପତି ମଧୁଶ୍ରୀ ପଣ୍ଡା, ମହିଳା ଉପସଭାପତି ସୁସ୍ମିତା ଶୁକ୍ଳା, ମହିଳା ସମ୍ପାଦିକା ଶ୍ରୀୟା ଦାସ, ସ୍ୱର୍ଣ୍ଣ ପ୍ରିୟ ଖଣ୍ଡେଲୱାଲ, ଅପରାଜିତା ସେନ, ମହିଳା ଟାଉନ ସଭାପତି ସସ୍ମିତା ଦାସ, ସାଂସ୍କୃତିକ ସମ୍ପାଦକ ସୌମ୍ୟରଂଜନ ପାଣିଗ୍ରାହୀ, ଝାଡେଶ୍ୱର ଜେନା, ଉମେଶ ବେହେରା, କୈଳାଶ ଦାସ, ନରୋତ୍ତମ ବାବୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।