ଏକ ଐତିହାସିକ ପରିବର୍ତ୍ତନ ଅପେକ୍ଷାରେ

“ଏବେ ମୁଁ କୁରୁକ୍ଷେତ୍ରରେ ଯନ୍ତ୍ରଣା ଦାୟକ ଶରଶଯ୍ୟା ଉପରେ ଶାୟିତ  । ଜୀବନବ୍ୟାପୀ ଅତ୍ୟନ୍ତ ନିର୍ଭୀକ ଭାବେ ପ୍ରତ୍ୟେକଟି ପ୍ରତିବନ୍ଧକ  ପ୍ରତିରୋଧକୁ ଅକ୍ଲେଶରେ ଆଘାତ ଦେଇ ବିଜୟ ହାସଲ କରିବାର ଦୁର୍ବାର ସାହସ ମୋ ଭିତରେ ପରିପୂର୍ଣ୍ଣ ହୋଇ ରହିଥିଲା  । ମୋର ମୃତୁ୍ୟକୁ ବି ପଦାଘାତ କରି ତାଙ୍କୁ ଫିଙ୍ଗି ଦେବାର ଅସୀମ ଶକ୍ତି ବି ମୋତେ ଅକ୍ଲେଶରେ ପ୍ରାପ୍ତ ହୋଇଥିଲା  । ମୋର ମାତା ଗଙ୍ଗାଙ୍କର ଆଶୀର୍ବାଦରୁ  । ଇଛା ମୃତୁ୍ୟ ଥିଲା ମୋ ସଂପୂର୍ଣ୍ଣ ନିୟନ୍ତ୍ରଣରେ  । ଆଜୀବନ  କୁମାର ମୁଁ  । ପୃଥିବୀର ଯେ କୋ÷ଣସି ପ୍ରାଣ ବିନାଶକାରୀ ପ୍ରତିଛବି ମୋ ସାଥୀରେ ସଂଗ୍ରାମ କରିବାକୁ ଥରେ ନୁହେଁ ହଜାର ବାର ଚିନ୍ତା କରି ପଶ୍ଚାତପଦ ହୋଇଥାଏ  । ମୋର ଗୁରୁଦେବ ହେଉଛନ୍ତି ଯିଏ ପୃଥିବୀକୁ ଏକୋଇଶିବାର ପରିକ୍ରମା କ୍ରମେ କ୍ଷତ୍ରୀୟ ଶୂନ୍ୟ କରିଥିବା ମହାନ ଯୋଦ୍ଧା ପର୍ଶୁରାମ  । ଯାହାଙ୍କର ଗୁରୁ ହେଉଛନ୍ତି ଭଗବାନ ଶଙ୍କର  । ମୁଁ ଆଜି ବିସ୍ମିତ ହେଉଛି ମୋର ଭାଗ୍ୟ ନିଜ ହାତରେ ନଥିବା ବେଳେ ଅନ୍ୟ କାହାର ଭାଗ୍ୟକୁ ନିୟନ୍ତ୍ରଣ କରିବାର ସ୍ପର୍ଦ୍ଧା ମୋ ଭିତରେ ଜନ୍ମ ନେଇଥିଲା କିପରି ? ଓଃ କି ନିର୍ବୋଧତା ମୋ ଭିତରେ ଜନ୍ମ ନେଇଥିଲା ସତେ ?” ପ୍ରାଣ ଛାଡି ଯାଉଥିବା ଭଳି ଯନ୍ତ୍ରଣା ପାଉଥିବା ବେଳେ ଭୀଷ୍ମଙ୍କର ଚତୁଃର୍ଦ୍ଦିଗରେ ପାଣ୍ଡବ ପାଞ୍ଚ ଭାଇ ଅତ୍ୟନ୍ତ ବିକଳ ଅବସ୍ଥାରେ ଦଣ୍ଡାୟମାନ ହୋଇ ଅଶ୍ରୁପାତ କରି ଚାଲିଥାନ୍ତି  । ସମସ୍ତେ ଅଶ୍ରୁପାତ କରୁଥିବା ବେଳେ ଦ୍ରୋ÷ପଦୀଙ୍କ ଚକ୍ଷୁରେ ଅଶ୍ରୁପାତ ଦୃଶ୍ୟମାନ ହେଉନଥିଲା  । 
ପିତାମହ ଭୀଷ୍ମ ପଚାରିଲେ ଦ୍ରୌପଦୀଙ୍କୁ ମା ! ମୁଁ ଆଜି ତୁମମାନଙ୍କୁ ଛାଡି ଇହଧାମ ତ୍ୟାଗ କରିବି  । କିନ୍ତୁ ତୁମ ମୁଖମଣ୍ଡଳରେ ଅନେକ ଉତ୍ପୀଡକ ପ୍ରଶ୍ନ ମୋ ପାଇଁ ଭରପୂର ହୋଇ ରହିଛି  । ତାହାକୁ ତୁମେ ଏତେ ମୋତେ ପ୍ରଶ୍ନ କରିପାର  । ଦ୍ରୋ÷ପଦୀ ଅତ୍ୟନ୍ତ ବିନମ୍ରତାର ସହ କହିଲେ ‘ହେ ପିତାମହ! ମୋ ମନରେ ଯେଉଁ ପ୍ରଶ୍ନ ରହିଛି, ସେହି ପ୍ରଶ୍ନକୁ ଯଦି ମୁଁ ପ୍ରକାଶ କରେ ତେବେ, ତୁମେ କେବେହେଲେ ଶାନ୍ତିରେ ନିଃଶ୍ୱାସ ନେଇପାରିବନି  । ଠିକ୍ ଅଛି, ଆପଣ ଯେତେବେଳେ ମୋତେ ଅନୁମତି ପ୍ରଦାନ କଲେଣି ତେବେ ମୁଁ ପ୍ରକାଶ କରୁଛି ମୋ କ୍ରୁରତା ଜୀବନ କାହାଣୀର ସବୁଠାରୁ ହୃଦୟ ବିଦାୟକ ପ୍ରଶ୍ନ  । ଯେତେବେଳେ ମୁଁ ଭରପୂର କୁରୁସଭା ମଧ୍ୟରେ ମୋର ପଞ୍ଚସ୍ୱାମୀ ପଶାଖେଳରେ ରାଜ୍ୟ, ଧନ, ସଂପତ୍ତି ସବୁ ହରାଇ ମୋତେ ଗୋଟାଏ ପଣ୍ୟ ଦ୍ରବ୍ୟ ଭଳି ପଶାଖେଳରେ ବାଜି ଲଗାଇ ହାରିଗଲେ  ସେତେବେଳେ ରାଜକୁମାର ଦୁର୍ଯେ୍ୟାଧନଙ୍କ ନିଦେ୍ର୍ଦଶରେ ଦୁଃଶାସନ ମୋତେ ଜହ୍ଲାଦଙ୍କ ପରି ମୋତେ ଉଠାଇ ନେଇ ଆସିଲା କୁରୁସଭା ମଧ୍ୟରେ ଉଲଗ୍ନ କରିବା ପାଇଁ  । ସେତେବେଳେ ମୋ ନିକଟରେ କେହି ନାହାନ୍ତି ମୋତେ ସେ ଦୁର୍ଦ୍ଦଶାରୁ ମୁକ୍ତି କରିବା ପାଇଁ  । ଯେତେବେଳେ ଦେଖିଲି ଦୁଃଶାସନ ଜିଦ୍ ଧରି ବସିଲା ମୋତେ ସମସ୍ତଙ୍କ ସମ୍ମୁଖରେ ଉଲଗ୍ନ କରିବ  ।  ସବୁଆଡୁ ନିରାଶ ହୋଇ ଆତ୍ମସମର୍ପଣ ପୂର୍ବକ ଦୁଇହାତ ଟେକିଦେଲି ମୋର ପ୍ରିୟତମ ସଖା ଶ୍ରୀକୃଷ୍ଣଙ୍କ ଉଦେ୍ଦଶ୍ୟରେ  । ଯାହା ସେ ଦେଲେ ତାହା ହେଲୋ ମୋ ପାଇଁ ଶ୍ରେଷ୍ଠ ଅବଦାନ  । ଯେଉଁ ଅବଦାନକୁ ପୃଥିବୀ ପୃଷ୍ଠରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା କାଳକାଳକୁ  । କିନ୍ତୁ ଆପଣ କ’ଣ କଲେ ? ମୁଁ ଭାବିଥିଲି ଆପଣ ମୋତେ ରକ୍ଷା କରିପାରିବେ  । ସେଥିପାଇଁ ଆପଣଙ୍କ ସମ୍ମୁଖରେ ସେଦିନ କେତେ ବିକଳ ହୋଇ କାନ୍ଦିଛି ପିତାମହ ? ଆଜିବି ସେ କଥା ମନେ ପଡିଲେ ଏ ପୃଥିବୀର ସବୁ ମାଟିଗୁଡା ପାଦ ତଳୁ ଖସି ଯାଉଛି  । ସେଦିନ ଆପଣ ଚାହିଁଥିଲେ ଦୁର୍ଯେ୍ୟାଧନ ଓ ଦୁଃଶାସନ ଓ ସାମାନ୍ୟ ପୃଥିବୀର କୋ÷ଣସି ଶକ୍ତି ମଧ୍ୟ ଆପଣଙ୍କ କେଶ ସ୍ପର୍ଶ କରିବାକୁ ସାହସ କରିପାରିନଥାନ୍ତେ  । ସେଦିନ ଆପଣଙ୍କୁ ମୁଁ ଲକ୍ଷ୍ୟ କରିଛି  । ଆପଣ ବହୁତ  ମର୍ମାହତ ହୋଇଛନ୍ତି  । ବିଚଳିତ ହୋଇଛନ୍ତି ଆପଣଙ୍କ ଆଖିରୁ ବହି ଯାଉଥିଲା  ଲୋତକର ବନ୍ୟା  । କିନ୍ତୁ ପ୍ରତିହତ କରେ ନାହିଁ କିପରି ? ଏତେ ବଡ ଜ୍ଞାନୀ, ଗୁଣି ବିଦ୍ୱାନ ଏବଂ ସମରକଳାରେ ବିଶ୍ୱପ୍ରସିଦ୍ଧ ଯୋଦ୍ଧା ହୋଇ ମଧ୍ୟ ସେଦିନ କାପୁରୁଷଙ୍କ ଭଳି ଅଶ୍ରୁପାତ କରୁଥିଲେ କାହିଁକି ?  ଆପଣ କ’ଣ ଜାଣିନଥିଲେ ରାଜକୁମାର ଦୁର୍ଯେ୍ୟାଧନଙ୍କ ଶତଭ୍ରାତାଙ୍କର ଅତ୍ୟାଚାରରେ ହସ୍ତିନାବାସୀ ତ୍ରାହି, ତ୍ରାହି ଡାକୁଛନ୍ତି ବୋଲି ? ମୁଁ ଭଲ ଭାବେ ଜଣେ ପିତାମହ, ଯେଉଁଠାରେ ଅନ୍ୟାୟ, ଅତ୍ୟାଚାର, ନାରୀ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରାନଯାଏ  । ସେଠାରେ ସେ ଜାତି, ସେ ସମାଜ, ସେ ମଣିଷମାନେ ଧ୍ୱଂସ ପାଇଯାନ୍ତି ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ  । ଆଦି ଠିକ୍ ସେହି ଅବସ୍ଥାରେ ପହଞ୍ଚôଯାଇଛି କୁରୁବଂଶ  । ହେ ପିତାମହ ! ଆଜି ଆଉ ଅଧିକ କହି ଆପଣଙ୍କର ଏହି ମହାପ୍ରୟାଣ ଅବକାଶକୁ ଭାରାକ୍ରାନ୍ତ କରିବାକୁ ଉଚିତ ମଣୁନାହିଁ  ।” ଉପରୋକ୍ତ ପ୍ରସଙ୍ଗଟିକୁ ଏହିଠାରେ ରଖି ଏହାର ପ୍ରାସଙ୍ଗିତାକୁ ପ୍ରତିଫଳିତ କରିବାକୁ ଯାଉଛୁ ଓଡ଼ିଶାର ରାଜନୈତିକ ପ୍ରେକ୍ଷାପଟ୍ଟକୁ  । ପ୍ରସଙ୍ଗଟି ହେଉଛି ବିଜୁ ଜନତା ଦଳର ପ୍ରତିଷ୍ଠାତା ତଥା ମୁଖ୍ୟ ନବୀନ ପଟ୍ଟନାୟକ, ଅର୍ଥାତ୍ ଯାହାଙ୍କର ନେତୃତ୍ୱରେ ଓଡ଼ିଶାର ସାଢେ ଚାରିକୋଟି ଜନସାଧାରଣ ଆଜକୁ ଚବିଶ ବର୍ଷ ଧରି ଆସ୍ଥା ପ୍ରକଟ କରି ଆସୁଥିଲେ ଏବଂ ଯାହାଙ୍କର ଛତ୍ରଛାୟା ତଳେ ରାଜ୍ୟର ଅସୁମାରି ପ୍ରଗତି ସମ୍ଭବ ହୋଇପାରିଛି କିନ୍ତୁ ହଠାତ୍ ୨୦୨୪ର ନିର୍ବାଚନରେ କାହିଁକି ତାଙ୍କ ଉପରୁ ଜନସାଧାରଣ ଆସ୍ଥା ହରାଇଲେ ? ୧୯୯୯ ମସିହାରେ ସଙ୍ଗଠିତ ହୋଇଥିବା ମହାବାତ୍ୟାର ପ୍ରଳୟ ଗର୍ଭରୁ ଲକ୍ଷ ଲକ୍ଷ ଅସ୍ଥି ଚମସାର ମଣିଷକୁ ଯିଏ ହାତ ଧରି ଦୀର୍ଘ ଚବିଶ ବର୍ଷ ଭିତରେ ଯେପରି ବିକାଶର ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ କରାଇ ଆସୁଥିଲେ  । ସେଥିରେ ଓ ରାଜ୍ୟବାସୀ ଉଦ୍ବେଳିତ ହେବା କଥା, କିନ୍ତୁ ବିଜୁ ଜନତା ଦଳ ୨୦୨୪ ନିର୍ବାଚନ ଯୁଦ୍ଧରେ ପରାଜୟ ବରଣ କଲା କାହିଁକି? ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାର ପ୍ରାଥମିକ ଅବସ୍ଥାରେ ଦୀର୍ଘ ଦଶ ବର୍ଷ ଧରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯେଉଁ ଶାସନ ବ୍ୟବସ୍ଥା ପ୍ରଣୟନ କରିଥିଲେ ସେଥିରେ ପ୍ରାୟ ଓଡ଼ିଶାର ଜନ ଜୀବନର ସ୍ଥିତି ଏକ ପ୍ରକାର ଶୃଙ୍ଖଳିତ ଭାବରେ ଗତିଶୀଳ ହେଉଥିବାରୁ ଲକ୍ଷ୍ୟ କରାଯାଇଥିଲା  । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦଶବର୍ଷ ଶାସନ କରିବା ପରେ ତୃତୀୟ ପର୍ଯ୍ୟାୟ ଠାରୁ ନିଜେ ଆଉ କୋ÷ଣସି ବିଭାଗର ପରିଚାଳନା ଦାୟିତ୍ୱକୁ ସମୀକ୍ଷା କରିବା କିମ୍ବା ପ୍ରଶାସନର ମାନସିକତାକୁ ସଠିକ୍ ରୂପେ ନିରୂପଣ କରି ତାହାକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ଏକ ପ୍ରକାର ନିସ୍ପୃହତା ଅବଲମ୍ବନ କରିବା ଭଳି ପ୍ରତୀୟମାନ ହେଲା  । ଯାହା ଫଳରେ ଦଳର ବହୁ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କର କାର୍ଯ୍ୟଦକ୍ଷତା ଉପରେ ସେ ସଂପୂର୍ଣ୍ଣ ଭରସା କରି ଚାଲିଲେ  । ଫଳରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଅଦୃଶ୍ୟ ଭାବରେ ଲାଗି ରହିଲା  । ସେବା କରିବାର ମନୋଭାବ ବି ଧୀରେ ଧୀରେ  ଶିଥିଳ ହୋଇ ରାଜ୍ୟର ବହୁ ନେତୃମଣ୍ଡଳୀଙ୍କ ଭିତରେ ଲୁଣ୍ଠନ କରିବାର ମାନସିକତା ଦ୍ରୁତ ଗତିରେ ବଢି ଚାଲିଲା  । 
 ଆଦ୍ୟ ସୋପାନରେ ସେ ଯେପରି କଠୋର ନିୟନ୍ତ୍ରଣ ରଖିଥିଲେ ତାହା କାଳକ୍ରମେ ଶିଥିଳ କରିଦେଲେ  । ଧୀରେ ଧୀରେ ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ ଗୁଡିକ ବଢି ଚାଲିଲା  । ଯାହାକୁ ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ବିରୋଧୀ ଦଳମାନେ ଯେତେ ଚିକ୍ରାର କରି କହିଲେ ମଧ୍ୟ ତାହା ପ୍ରଭାବହୀନ ହେବାରେ ଲାଗିଲା  । ଏହାର ପ୍ରମୁଖ ଯେଉଁ ବିରୋଧୀ ଦଳ ଗୁଡିକ ସବୁ ରହିଲେ ସେମାନଙ୍କର ବିରୋଧ ଶକ୍ତି ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା, ଏପରିକି ଅସ୍ତିତ୍ୱ ବିହୀନ ଗୋଟାଏ ଫମ୍ପା ଚିକ୍ରାରରେ ପରିଣତ ହେଉଥିଲା  । ଯାହାକୁ ବିଜୁ ଜନତା ଦଳ ଚିରାଚରିତ ଢଙ୍ଗରେ ‘କୁମ୍ଭୀର କାନ୍ଦଣା’ ବୋଲି ଅଭିହିତ କରି ପ୍ରଚାର କଲେ  ।(କ୍ରମଶଃ)
କୁଜଙ୍ଗ, ଜଗତ୍ସିଂହପୁର
ମୋ-୯୯୩୭୩୬୯୫୭୩