ଭାରତ ଶୁଳ୍କର ଦଂଶନକୁ ଜାଣେ

ମହାମେଘବାହନ 
ଐର ଖାରବେଳ ସ୍ୱାଇଁ: 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କର ନିଷ୍ପତ୍ତି ହେଉଛି ଅନ୍ୟ ଦେଶମାନଙ୍କ ଉପରେ ଓ ଭାରତ ଉପରେ ଶୁଳ୍କ ଲଗାଇବା  । ଏହା ନଜିରବିହୀନ ଘଟଣା ଅଟେ । ଯେପର୍ଯ୍ୟନ୍ତ ଜଣେ କ୍ୟାଲେଣ୍ଡରକୁ ଛତିଶବର୍ଷ ପୂର୍ବକୁ ଘୁଞ୍ଚାଇବା ଯାହା ୧୯୮୯ରେ ରହିଛି ୱାସିଂଟନ୍ ଚେଷ୍ଟା କରିଥିଲା ଭାରତର ଅର୍ଥନୀତିକୁ ଖୋଲିବାକୁ ଯେଉଁଠି ଶୁଳ୍କ ଉପରେ ଶୁଳ୍କ ଲଗା ହୋଇଥିଲା । ଏଥିପାଇଁ ଗୋଟିଏ ବାର ମାସର ତିକ୍ତତା ଏହି ଦୁଇଟି ରାଷ୍ଟ୍ର ମଧ୍ୟରେ ହୋଇଥିଲା  । ଶେଷକୁ ଆମେରିକା ପୃଷ୍ଠପୋଷିତ ଶୁଳ୍କକୁ କମେଇ ଦିଆଗଲା  । କିନ୍ତୁ ଏହାର ବିବାଦ ଲାଗିରହିଲା  । ଯାହା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଭାବ ପକାଇଥିଲା  । ଯଦି ସୁପର ୩୦୧ ଘଟଣାକୁ ଦେଖାଯାଏ ଏହା ଆମକୁ ସାହାଯ୍ୟ କରିବ ତିକ୍ତ ଅନୁଭୂତି ଦ୍ୱାରା ଓ ଏ ସମ୍ପର୍କରେ ଘଟଣାଚକ୍ରକୁ ଦେଖିବା ଦିଗରେ  । ଏହା ଆମକୁ ଶୁଳ୍କର ବିଭିନ୍ନ ଦିଗକୁ ବୁଝାଇବାକୁ ଚାହେଁ  । ୧୯୮୦ ଦଶକରେ ଆମେରିକା ଗୋଟିଏ ତିକ୍ତ ବାଣିଜ୍ୟ ଯୁଦ୍ଧରେ ଜାପାନ ସହିତ ଲାଗିଥିଲା  । ସେତେବେଳେ ଜାପାନ ଅର୍ଥନୀତି ଦୃଷ୍ଟିରୁ ଆମେରିକାର ମୁଖ୍ୟ ବିରୋଧୀ ଥିଲା  । ସେତେବେଳେ ଆମେରିକା ଗୋଟିଏ କୂଟନୈତିକ ଏବଂ ଅର୍ଥନୈତିକ ଅସ୍ତ୍ରଶସ୍ତ୍ର ଯୁଦ୍ଧ ପାଇଁ ବାହାର କରିଥିଲା  । ଯାହାକୁ ସୁପର ୩୦୧ କୁହାଯାଏ  । ଗୋଟିଏ ଆଇନଗତ ପଦ୍ଧତି ଯାହା ୧୯୮୮ରେ ସୃଷ୍ଟି ହୋଇଥିଲା ତାହା ବର୍ତ୍ତମାନ କାମରେ ଲାଗୁଛି  । ଏହା ଆମେରିକା ରାଷ୍ଟ୍ରପତିଙ୍କୁ ଅଧିକୃତ କରିଥିଲା ଦେଶଗୁଡ଼ିକୁ ଚିହ୍ନିବା ପାଇଁ ଯେଉଁମାନେ ଅନୈତିକ ବାଣିଜ୍ୟ ଅଭ୍ୟାସମାନ ସୃଷ୍ଟି କରୁଛନ୍ତି  । ସେମାନଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଶୋଧମୂଳକ ଶୁଳ୍କ ଲଗାଯାଉଥିଲା  । ଥରେ ଆଇନ କାମରେ ଲାଗିଲା  । ରାଷ୍ଟ୍ରପତି ଏଇଚ୍ଡବ୍ଲୁ୍ୟ ବୁଶ୍ ଏହି ଶୁଳ୍କ ଲଗାଣକୁ କେବଳ ଜାପାନ ନିକଟରେ ସୀମିତ ରଖିନଥିଲେ  । ତାଙ୍କର ପ୍ରଶାସନ ଚେଷ୍ଟା କରିଥିଲା ଏ ସମସ୍ୟାର ସମାଧାନ କରିବା ପାଇଁ  । ଆମେରିକାର ବଢ଼ୁଥିବା ବାଣିଜ୍ୟ ଅଭାବକୁ, ମେଂଟା ଯାଇଥିଲା ସୁପର ୩୦୧ର ଧମକ ଦେଇ  । ଯେଉଁଥିରେ ଦୃଢ଼ତର ଭାବରେ ନିୟମ କରାଯାଇଥିଲା  । ଆମେରିକାର ବନ୍ଧୁ ୟୁରୋପ ସାଉଥ୍ କୋରିଆ ଓ ତାଇୱାନ ଉପରେ ମଧ୍ୟ ଏହି ଧରଣର ପଦକ୍ଷେପ ନିଆଯାଇଥିଲା  । ସମାନ୍ତରାଳ ବର୍ତ୍ତମାନର ପ୍ରଶାସନ ହେଉଛି ପ୍ରମାଣିତ ତାଙ୍କର ପ୍ରଥମ ଟର୍ମରେ ଯାହା ହୋଇଥିଲା  ।
 ଟ୍ରମ୍ପ୍ ଏହି ଶୁଳ୍କକୁ ଚୀନ ସହିତ ଲଢ଼ିବା ପାଇଁ ବ୍ୟବହାର କରିଥିଲେ  । ଏବେ ସେ ଏହାକୁ ବ୍ୟବହାର କରୁଛନ୍ତି ଅନ୍ୟ ବନ୍ଧୁ ଦେଶମାନଙ୍କ ବିରୁଦ୍ଧରେ ଓ ଶତ୍ରୁମାନଙ୍କ ବିରୁଦ୍ଧରେ  । ଏକଦା ୱାସିଂଟନ୍ ଗୋଟିଏ ନିୟମକୁ ବିକଶିତ କରିଥିଲା, ଯାହା ବାଧ୍ୟ କରୁଥିଲା ଗୋଟିଏ ଦେଶକୁ ଏହା ହେଉଛି ଅତ୍ୟନ୍ତ ଆକର୍ଷଣକାରୀ ସେହି ଅସ୍ତ୍ରକୁ ବ୍ୟବହାର କରିବା ପାଇଁ ବିଚାରହୀନ ଭାବରେ ଏବଂ କେତେକ କ୍ଷେତ୍ରରେ କୌଣସି ପ୍ରକାର ବିଚାର ନ କରି ମଧ୍ୟ  । ଏହା ହେଉଛି ଆମେରିକାର ଏକଛତ୍ରବାଦ୍ ସମ୍ପର୍କରେ ଯେଉଁଥିରେ ଯିଏ ହ୍ୱାଇଟ୍ ହାଉସ୍ ଦଖଲ କରୁଛି ତାହାରି ଉପରେ ସବୁ କିଛି ନିର୍ଭର କରିଥାଏ  । ଅନେକ ଦେଶ ଚେଷ୍ଟା କରିଥିଲେ ସୁପର ୩୦୧କୁ ଆଡ଼େଇ ଦେବା ପାଇଁ ଯାହା ସେମାନେ ଗୋଟିଏ ଚୁକ୍ତି କରି ୱାସିଂଟନ୍ ସହ ତା’ର ବଜାରକୁ ଦଖଲ କରିବା ପାଇଁ ବା ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ରପ୍ତାନୀକୁ ବନ୍ଦ କରିବା ପାଇଁ  । ଗତ ଜୁନ୍ ୧୯୮୯ରେ ବୁଶ୍ ପ୍ରଶାସନ ଘୋଷଣା କରିଥିଲା ଯେ, ଏହା ବିଭିନ୍ନ ଦେଶକୁ ଏ ସମ୍ପର୍କରେ ଆକ୍ରମଣ କରିବ ଯେଉଁମାନଙ୍କ ମଧ୍ୟରେ ଜାପାନ, ବ୍ରାଜିଲ୍ ଓ ଭାରତ ଅଛନ୍ତି  । ନୂଆଦିଲ୍ଲୀ ଏ ସମ୍ପର୍କରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା  । ବର୍ତ୍ତମାନ ନୂଆଦିଲ୍ଲୀ ଅତି ଆଶ୍ଚର୍ଯ୍ୟ ହୋଇଛି ଯେ, ଆମେରିକା ସହ ଏହାର ସମ୍ପର୍କ କ୍ରମଶଃ ବଢ଼ିବାରେ ଲାଗିଛି  । ଗତ କେତେ ବର୍ଷ ମଧ୍ୟରେ ଏହାର ବାଣିଜ୍ୟ ବଳକା ଆମେରିକା ସହିତ ଅତି କମ୍ ଅଟେ  । ଆମେରିକାର ଦୁଇ କେନ୍ଦ୍ରୀୟ ଚାହିଦା ହେଉଛି ଭାରତ, ଆମେରିକାର ପୁଞ୍ଜିଲଗାଣ ଏବଂ ବିଦେଶୀ ବୀମା କମ୍ପାନୀମାନେ ଭାରତରେ ଇଚ୍ଛାମତେ ବ୍ୟବହାର କରିଛନ୍ତି  । ଜାପାନ ଓ ବ୍ରାଜିଲକୁ ଛାଡ଼ିଦେଲେ ଭାରତ ଆମେରିକା ସହିତ ବାଣିଜ୍ୟ ଚୁକ୍ତିରେ ପଶିବାକୁ ରାଜି ନଥିଲା  । ତା’ ପରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଲେ ସେ ଆମେରିକାର ନିଦେ୍ର୍ଦଶକୁ ରଖିପାରିବେ ନାହିଁ  କେମିତି ଏ ଦେଶକୁ ଚଳେଇବାକୁ ହେବ  । ଆମେରିକାର ଏକଛତ୍ରବାଦ ଗୋଟିଏ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଥିଲା, ଯାହା ପାର୍ଲିଆମେଂଟରେ ସୃ୍ଷ୍ଟି ହୋଇଥିଲା  । ତାହା ପରେ ସରକାରଙ୍କର ନୀତିକୁ ଏହା ଗ୍ରହଣ କରିଥିଲା  । ଏଥିରେ ମଧ୍ୟ ସମାନ ସମୟରେ ଆମେରିକାର ଧମକ ବାଣିଜ୍ୟ ଶୁଳ୍କ ଉପରେ  ଗୋଟିଏ ଗୁରୁତର ବିପଦ ଭାରତର ଅର୍ଥନୀତି ଉପରେ ପକେଇଛି  ।  ଆମେରିକା ଭାରତର ରପ୍ତାନୀକୁ ବର୍ତ୍ତମାନ ସମୟରେ ଏକ ପଞ୍ଚମାଂଶ କରିଛି  । ବର୍ତ୍ତମାନ   ଭାରତ ବିଦେଶୀ ବାଣିଜ୍ୟ ଉପରେ ୧୯୮୯ ପରି ନିର୍ଭର କରୁଥିଲା ଯାହା ବର୍ତ୍ତମାନ କରୁଛି  । କିନ୍ତୁ ଏହା ମଧ୍ୟ ବହୁତ ଛୋଟ  । କିନ୍ତୁ ଅଧିକ ନମନଶୀଳ ଅର୍ଥନୀତି ଅଟେ  । ଭାରତ ବିଶ୍ୱ ମତାମତକୁ ତାଲିକାଭୁକ୍ତ କରିବା ପାଇଁ ବିଫଳ ହୋଇଥିଲା  । ପାଶ୍ଚାତ୍ୟ ଦେଶମାନେ ଯେଉଁମାନଙ୍କ ମଧ୍ୟରେ ଜାପାନ ମଧ୍ୟ ଅଛି, ସହମତ ମଧ୍ୟ ହୋଇଥିଲା ୱାସିଂଟନ୍ ସହ ଯେ, ଭାରତ ବିଦେଶୀ ପୁଞ୍ଜିକୁ ନେଇ ବଡ଼ ପ୍ରତିରୋଧକାରୀ  । ଆଜି ଭାରତୀୟ କୂଟନୀତିଜ୍ଞମାନେ ଆନ୍ତର୍ଜାତିକ ଐକ୍ୟ ଆମେରିକାର ଶୁଳ୍କ ବିରୁଦ୍ଧରେ ପ୍ରକଟ କରିଛନ୍ତି  । ଆଜି ଭାରତର କୂଟନୀତିଜ୍ଞମାନେ ଦ୍ୱିପାକ୍ଷିକ ଐକ୍ୟ ଆମେରିକାର ଶୁଳ୍କ ବିରୁଦ୍ଧରେ କରୁଛନ୍ତି  । ଏହ ଆକ୍ରମଣ ଗୋଟିଏ ସମାନ ପ୍ରକାର ସ୍ଥିତି ସୃଷ୍ଟି କରିପାରିଲା  । ଅନେକ ଦେଶ ଟ୍ରମ୍ପ୍ଙ୍କର ଏହି ଧରଣର ଏକଛତ୍ରବାଦୀ କୌଶଳର ବିରୋଧ କରିପାରନ୍ତି  । ଯେତେବେଳେ ତାଙ୍କର ଆମେରିକାକୁ ସୁରକ୍ଷା ଦେବାର ଏବଂ ରୁଷିଆ ଠାରୁ ତେଲ କିଣିବାର ନୀତିକୁ ନେଇ ଯୁକ୍ତ ଚାଲିଛି  । ୧୯୮୯ରେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ଭି.ପି ସିଂହ, ୱାସିଂଟନ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିଲେ  ତାଙ୍କର ଅତି କଡ଼ା କଡ଼ି ପଦପେକ୍ଷ ଦ୍ୱାରା  । ଯେତେବେଳେ ଭାରତ ଏହି ମିଳାମିଶାକୁ ବିରୋଧ କଲା ଦୁଇଟି ଚୁକ୍ତି ଉପରେ ଯାହା ସୁପର ୩୦୧ରେ ଅନ୍ତର୍ଭୁକ୍ତ ଥିଲା  । ସେତେବେଳେ ଏହା ରିହାତି ଦେବା ଆରମ୍ଭ କଲା ଅନ୍ୟ ଅର୍ଥନୀତିମାନଙ୍କୁ  । ଆମେରିକୀୟମାନେ ଆଦୌ ସନ୍ତୁଷ୍ଟ ନଥିଲେ ଭାରତର ଏ ସମ୍ପର୍କୀୟ ନୀତିକୁ ନେଇ  । ଏପ୍ରିଲ ୧୯୯୦ରେ ଜାପାନ ଏବଂ ବ୍ରାଜିଲ୍ ସୁପର ୩୦୧ ତାଲିକାରୁ କଟି ଯାଇଥିଲେ ଏବଂ ସେତେବେଳେ ଆମେରିକାର ଏକମାତ୍ର ଲକ୍ଷ୍ୟ ଥିଲା ଭାରତ  । 
 ୱାସିଂଟନ୍ ଗୋଟିଏ ଦୁଇମାସିଆ ଚରମପତ୍ର ନୂଆଦିଲ୍ଲୀକୁ ସେତେବେଳେ ଦେଇଥିଲା  । ଆମେରିକାର ଏହି ଧମକକୁ ବଡ଼ ଜୋର୍ରେ ସେତେବେଳେ ଭାରତର ଗଣମାଧ୍ୟମ ଦ୍ୱାରା ଓ ରାଜନୈତିକ ବ୍ୟକ୍ତିମାନଙ୍କ ଦ୍ୱାରା ନିନ୍ଦା କରାଯାଇଥିଲା  ।  ବୁଶ୍ ପ୍ରଶାସନ ନିଶ୍ଚିତ ଭାବରେ ସିଦ୍ଧାନ୍ତ କରିଥିଲେ ଯେ, ଏହାର ଧମକକୁ ଗ୍ରହଣ କରାଯିବ ନାହିଁ  । ଯାହା ଅତି ଅନ୍ୟାୟ ବାଣିଜ୍ୟ ନୀତି ଅଟେ  । ଆମେରିକାର ସ୍ୱାର୍ଥକୁ ଦେଖାଯିବ ନାହିଁ  । ଯେଉଁଠି ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ  । ସୁପର ୩୦୧ ପଦ୍ଧତିଗୁଡ଼ିକ ଭାରତ ବିରୁଦ୍ଧରେ ଥିଲା ଏବଂ ଏହା ବର୍ତ୍ତମାନ ଅବଶ୍ୟ ସେତେଟା ଲାଗୁନାହିଁ  । ବୁଶ୍ ପ୍ରଶାସନ ବିଶେଷ କିଛି କ୍ଷତି ସହି ନଥିଲେ କାରଣ ୱାସିଂଟନ୍ର ବାଣିଜ୍ୟ କାରବାର ହେଉଥିଲା ବିଶ୍ୱସ୍ତରୀୟ ଏବଂ ଭାରତ ହେଉଛି ଗୋଟିଏ ଛୋଟିଆ ଅଂଚଳ ଏହାଭିତରେ  । ଏହା ମଧ୍ୟ ଆଜି ସତ୍ୟ ଯଦିଓ ଏହି ଶୁଳ୍କଗୁଡ଼ିକ ଗୋଟିଏ ବଡ଼ ପ୍ରସଂଗ ନୂଆଦିଲ୍ଲୀ ପାଇଁ ଏବଂ ସେମାନେ କେବଳ ଗୋଟିଏ ଡଜନ ଦେଶମାନଙ୍କ ମଧ୍ୟରେ ଲଢ଼େଇ ଅଟେ  । ଟ୍ରମ୍ପ୍ ଏବେ ସେହି ଦୃଷ୍ଟିରୁ ଅନେକ କ୍ଷେତ୍ରରେ ଲଢ଼ିବାରେ ଲାଗିଛନ୍ତି  । ଭାରତ, ଆମେରିକା ସମ୍ପର୍କ ଖୁବ୍ଶୀଘ୍ର ଭଲ ହେବାକୁ ଲାଗିଲା  । ଯେଉଁଠି କେତେକ ଅର୍ଥନୀତିମାନଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହେଲା ଏବଂ ଭୌଗୋଳିକ ରାଜନୀତିକ ସ୍ୱାର୍ଥ ମଧ୍ୟ ସୃଷ୍ଟି ହେଲା  । ଯାହା ହେଉ ସୁପର ୩୦୧ ଘଟଣା ଭାରତ ଉପରେ ଖରାପ ପ୍ରଭାବ ପକାଇଥିଲା  । ଏହା ହେଉଛି ଆଉ ଗୋଟିଏ ସ୍ମାରକୀ ଯାହା ଆମେରିକାର କ୍ଷମତା ଅପ୍ରତ୍ୟାଶିତ ଭାବରେ ଅତ୍ୟଧିକ ପରିମାଣରେ ହୋଇଥିଲା  । ଗତ କେତେବର୍ଷରେ ଅନେକ ମତପୋଷଣକାରୀ ସେମାନଙ୍କର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେଉଁଥିରେ ନୂଆଦିଲ୍ଲୀ ୱାସିଂଟନ୍ ଆଡ଼କୁ ଆଗେଇ ଚାଲିଛି , ଯାହା ବେଜିଂ ସହିତ ସଂଘର୍ଷରେ ରହିଛି  । ଏବେ ଆମେରିକାର କୌଣସି ବାକ୍ସଂଯମ ରହୁନାହିଁ  । ଯଦିଓ ବେଜିଂ ସହ ଏହାର ସବୁବେଳେ ଲଢ଼େଇ ଚାଲିଛି  । ଏହାର ବାକ୍ସଂଯମ ଦ୍ୱାରା ଗୋଟିଏ ଭୟ ଆସୁଛି ଯେ, ଆମେରିକା ଏହାକୁ ଆହୁରି ଅସୁବିଧାଜନକ ସ୍ଥିତିରେ ପକାଇବ ଯାହା ସମୟକ୍ରମେ  ୱାସିଂଟନ୍ର ଏକବାଗିଆ ନୀତିକୁ ପ୍ରଦର୍ଶିତ କରିବ   । ଟ୍ରମ୍ପ୍ଙ୍କର ଶୁଳ୍କ ଆକ୍ରମଣ ସ୍ୱୀକାର କରିଛି ଯେ, ଭାରତର ଶୁଳ୍କ ସମ୍ପର୍କରେ ମତ ହେଉଛି ସତର୍କତାର ସହିତ ଓ ପ୍ରତିଜବାବକାରୀ  । 
ଲାଓସ ବା ପାକିସ୍ତାନ ନୁହେଁ ଭାରତ ଚୀନକୁ ଅନୁକରଣ କରୁ 
ଅତୀତର ଯୋଜନା କମିଶନର ମୁଖ୍ୟ ମଣ୍ଟେକ ସିଂହ ଆଲୁଆଲିଆ ଭାରତକୁ ସତର୍କ କରିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହିତ ଖେଳରେ ବ୍ୟସ୍ତ ନ ରହିବାକୁ  । ତାଙ୍କର ଭାରତରେ ଅଧିକ ଶୁଳ୍କକୁ ଲାଗୁ ନ କରିବାକୁ  । ଏହି ଶୁଳ୍କ ଏବେ ୫୦% ବଢ଼ିଛି ଯାହା ଭାରତ ମଧ୍ୟ ଆମେରିକୀୟ ଦ୍ରବ୍ୟ ଉପରେ ଲଗାଉଛି  । ବର୍ତ୍ତମାନ ଆମେରିକା କେବଳ ଗୋଟିଏ ଗୁଣ୍ଡା ଭଳି ବ୍ୟବହାର କରୁଛି  । କିନ୍ତୁ ଭାରତ ଆମେରିକାର ବ୍ୟବହାରକୁ ସେହିପରି ପ୍ରତିଜବାବ ହିସାବରେ ଦେବା କଥା ନୁହେଁ  । ଗତ ଏପ୍ରିଲ୍ରେ ଚୀନ ଟ୍ରମ୍ପ୍ଙ୍କର ତା’ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲାଗିବା କ୍ଷେତ୍ରରେ ପ୍ରତିଜବାବ ଦେଇ ଆମେରିକାରୁ ଆସୁଥିବା ଦ୍ରବ୍ୟ ଉପରେ ୧୦୦% ଶୁଳ୍କ ଲଗାଇଛି  । କିନ୍ତୁ ଚୀନ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ଏତେ ଶୁଳ୍କ ଲଗାଇ ନାହିଁ  । ଏହା କିନ୍ତୁ ଏକ ଆତ୍ମସୁରକ୍ଷାକାରୀ ପଦକ୍ଷେପ ନୁହେଁ  । ଚୀନ ସଫଳ ହୋଇଛି ତା’ର ବଡ଼ ଶୁଳ୍କକୁ ରକ୍ଷା କରିବା ପାଇଁ  । ପରବର୍ତ୍ତୀ କାଳରେ ବାଣିଜ୍ୟ କଥାବାର୍ତ୍ତା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଛି ଯେ, ଏ ଧରଣର ସମୟସୀମା ଦୁଇଥର ଅତୀତରେ ଟ୍ରମ୍ପ୍ ଘୋଷଣା କରି ଗଡ଼ାଇ ଥିଲେ ମଧ୍ୟ ପୁଣି ତାହା ଲାଗୁ କରିଛନ୍ତି  । ଏହା ଗୋଟିଏ ଛୋଟ ଶୁଳ୍କ ଚୁକ୍ତିର କଥା ଅଟେ  । କିନ୍ତୁ ଭାରତ ବର୍ତ୍ତମାନ ଚୀନର ରାସ୍ତାରେ ଯାଇ ଆମେରିକାକୁ ଶିକ୍ଷା ଦେବା ଉଚିତ  ।   

ମୋବାଇଲ୍ -୯୪୩୭୦୨୦୨୯୦