ବାଲିଘାଟ ବିରୋଧକୁ ନେଇ ବୋମା ମାଡ଼ ସନେ୍ଦହ

 ଢେଙ୍କାନାଳ : ଢେଙ୍କାନାଳ ମୋଟଙ୍ଗା ଥାନା ବଣିଆପଡ଼ା ଗ୍ରାମରେ ଦୁର୍ବୁତ୍ତଙ୍କ ବୋମା ମାଡରେ ଏକ କାର ଭାଙ୍ଗିରୁଜି ଯାଇଛି । ଗ୍ରାମର ସନ୍ତୋଷ ପ୍ରଧାନଙ୍କ ଘର ନିକଟରେ ତାଙ୍କ କାରଟି ରଖାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ଗାଡିଟିକୁ ପୋଡିବା ଲକ୍ଷ୍ୟରେ ଗାଡି ଉପରକୁ ବୋମାମାଡ କରିଥିଲେ  । ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । କେଉଁ କାରଣରୁ ଏଭଳି ଘଟଣା ଘଟିଛି ସ୍ପଷ୍ଟ ହୋଇନାହିଁ । ଗ୍ରାମରେ ଗତ କିଛିଦିନ ହେବ ବାଲିଘାଟ ଓ ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲା ଓ ସେଥିପାଇଁ କେହି ଦୁର୍ବୁତ୍ତ ଏପରି ଘଟଣା ଘଟାଇଥିବା ସନେ୍ଦହ ହେଉଛି । ଏହାର ତଦନ୍ତ କରିବାପାଇଁ ଗ୍ରାମରେ ହିନେ୍ଦାଳ ଏସଡିପିଓ, ମୋଟଙ୍ଗା ପୁଲିସ,ମାଇନିଙ୍ଗ ଅଫିସର ଏବଂ ତହସିଲ ଦାର ପହଞ୍ଚି ତଦନ୍ତ କରିବା ସହ ଗ୍ରାମ ବାସୀଙ୍କ ସହିତ ଆଲୋଚନା କରିଛନ୍ତି  ।