ନିଆରା ଢଙ୍ଗରେ ନବବର୍ଷ ପାଳିଲେ ମହାବାହୁ ସେବାସଂଘ


 ନାଉଗାଁ: ନୂଆ ବର୍ଷରେ ବିଭିନ୍ନ ଢଙ୍ଗରେ ଆଧୁନିକ ଦୁନିଆରେ ସମସ୍ତେ ଧୂମ୍ଧାମ୍ରେ ପାଳନ କରୁଥିଲା ବେଳେ, ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସଂଗଠନ ମହାବାହୁ ସେବା ସଂଘ ଏକ ନିଆରା ଓ ସ୍ୱତନ୍ତ୍ର ଭାବରେ ବନ୍ଧୁ ମିଳନ ଓ ନୂତନ ବର୍ଷ ପାଳନ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ଅନୁଷ୍ଠାନ ସଭାପତି ଅସିତ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଯୁବକଙ୍କୁ ଏକତ୍ରିତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇ ସମାଜରେ କିଛି ଭଲ କରିବା ପାଇଁ ଶପଥ ନେଇଥିଲେ । ଅସହାୟ, ଦରିଦ୍ର ଲୋକଙ୍କ ସେବା, ଗୋମାତାର ସୁରକ୍ଷା, ଆହତ ପଶୁଙ୍କ ଚିକିତ୍ସା ଓ ନିଶମୁକ୍ତ ସମାଜ ଗଠନ ଓ ପରିବେଶ ସୁରକ୍ଷା ପାଇଁ ଆଗାମି ୨୦୨୫ ନୂତନ ବର୍ଷ ମୁଖ୍ୟ କାର୍ଯ୍ୟ ରହିବ ବୋଲି ମହାବାହୁ ସେବାସଂଘ ଜାରି ରଖିବେ ବୋଲି ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁରୁଜୀ ଗୌରାଙ୍ଗ ପରିଡା, ଅନ୍ୟତମଅତିଥି ନାଉଗାଁ ବଜାରକମିଟି ସଭାପତି ଅଶୋକ ମହାନ୍ତି, ରାଜକିଶୋର ରାଉତ ପ୍ରମୁଖ ଯୋଗଦେଇ ମହାବାହୁ ସଂଗଠନର ଉଦେ୍ଦଶ୍ୟକୁ ପ୍ରଶଂସା କରି ଯୁବକଙ୍କ ପାଇଁ ଆଗାମି ଦିନରେ ଏହି ସଂଗଠନ ଏକ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ । ଉସôବକୁ ଅସିତ ଦାସ, ନିବାସ ଲେଙ୍କା, ମହାବାହୁ ସେବାସଂଘ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।