ବିଜେଡିକୁ ଭୋଟ୍ ନ ଦେବାରୁ ଆକ୍ରୋଶର ଶିକାର ଦଳିତ ପରିବାର

ଯାଜପୁର ଟାଉନ : ବୁଧବାର ପଂଚାୟତ ନିର୍ବାଚନରେ ବିଜେଡିକୁ ଭୋଟ୍ ଦେଇନଥିବାରୁ ନିର୍ଯାତନାର ଶିକାର ହୋଇଥିବା ଦଳିତ ପରିବାର ।  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଛନ୍ତି ।  ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜ ପଂଚାୟତ ବାଲିଗୁଡା ଗ୍ରାମର ସ୍ୱର୍ଗତ ଶଶାନନ୍ଦ ମଲ୍ଲିକଙ୍କ ୬ପୁଅ ଗତ୨୦୨୨ମସିହା ପଂଚାୟତ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିଲେ । ଏହା ଜାଣିପାରି ବିଜେଡି ନେତା ପ୍ରଣବ ବଳବନ୍ତରାୟ ତୁମେ କାହିଁକି ବିଜେପିକୁ ଭୋଟ୍ଦେଲ ବୋଲି କହିଥିଲେ । ବିଜେଡିର ସମର୍ଥକସ୍ୱର୍ଗତ ଶଶାନନ୍ଦ ପରିବାରବର୍ଗଙ୍କୁ ସେହି ସମୟରେ ମାଡମାରି ଗାଁରୁ ତଡିଦେଇଥିଲେ । ଏଘଟଣା ସଂପର୍କରେ ଜିଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ । ବର୍ତମାନ ପରିବାର ଅନ୍ୟଏକ ଗ୍ରାମରେ ଆଶ୍ରୟ ନେଇଛନ୍ତି । ଏପରିକି ଦଳିତ ପରିବାରର ଘର ସମ୍ମୁଖରେ ସିମେଂଟ କାନ୍ଥ ଉଠାଇ ଦେଇଛନ୍ତି । ଜିଲା ପ୍ରଶାସନକୁ  ପରିବାରର ଲୋକ ଜଣାଇଥିଲେ ମଧ୍ୟ ନ୍ୟାୟ ମିଳିପାରୁନି କି ଘରେ ରହିବା ପାଇଁ କୌଣସି ସୁରକ୍ଷା ଯୋଗାଇ ଦେଇନାହାନ୍ତି । ଆକ୍ରୋଶର ଶିକାର ଦଳିତ ପରିବାର ନ୍ୟାୟ ନପାଇବା ପର୍ଯ୍ୟନ୍ତ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି ।