କଂଗ୍ରେସ ପଦାଧିକାରୀଙ୍କ ତାଲିକା ଆସିଲା

ଭୁବନେଶ୍ୱର : ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ ସିଦ୍ଧାର୍ଥ ସ୍ବରୁପ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ୭ଜଣ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସାଧାରଣ ସମ୍ପାଦକଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି। ଉପସଭାପତି ଭାବେ ତାରାପ୍ରସାଦ ବାହିନୀପତିଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସିଏସ୍ ରାଜନ ଏକ୍କା ଲାଲତେନ୍ଦୁ ମହାପାତ୍ର, ସସ୍ମିତା ବେହେରାଙ୍କୁ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ ଅଶୋକ ଦାସ, ଅପ୍ପଲ ସ୍ବାମୀ କାଡ୍ରକାଙ୍କୁ ନିଯୁକ୍ତି କରାଯାଇଛି।